ବେଙ୍ଗାଲୁରୁ: ସମାଜରେ ଏବେବି କୁତ୍ସିତ ମାନସିକତାର ଲୋକେ ରହିଛନ୍ତି । ଶିଶୁ ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । କିନ୍ତୁ ଆଜି ମଧ୍ୟ ପ୍ରଶାସନର ନାକ ତଳେ ଏଭଳି ବେଆଇନ କାର୍ଯ୍ୟ ଜାରି ରହିଛି । କର୍ଣ୍ଣାଟକର ମୋଡାଲାଗୀ ସହରରେ ଏକ ନାଳରୁ 7ଟି ଭ୍ରୃଣ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ଏକ ନାଳରୁ 5ଟି ବାକ୍ସରେ 7ଟି ଭ୍ରୃଣ ହତ୍ୟା କରି ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଭ୍ରୃଣ ଗୁଡ଼ିକ 5 ମାସର ହୋଇଥିବାବେଳେ ଗର୍ଭପାତରେ ନଷ୍ଟ କରାଯାଇଛି । ବର୍ତ୍ତମାନ ସମସ୍ତ ଭ୍ରୃଣକୁ ସ୍ଥାନୀୟ ଡାକ୍ତରଖାନାରେ ରଖାଯାଇଛି । ତେବେ କିଏ ଏବଂ କେଉଁ କାରଣରୁ ନାଳରେ ଭ୍ରୃଣ ଫିଙ୍ଗିଛି ସେନେଇ ସୂଚନା ମିଳିନାହିଁ । ଅନ୍ୟପଟେ ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସ ପ୍ରଶାସନ ଏକ ଟିମ ଗଠନ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ