ଶ୍ରୀନଗର: ଲଗାଣ ବର୍ଷା ଓ ତୁଷାରପାତ ହେତୁ ବିମାନ ଚଳାଚଳ ପ୍ରଭାବିତ । ଶ୍ରୀନଗର ବିମାନ ବନ୍ଦରରୁ ବିମାନ ଚଳାଚଳ ବିଳମ୍ବିତ ହେବା ନେଇ ସୂଚନା ମିଳିଛି । ଏନେଇ ଶ୍ରୀନଗର ବିମାନ ବନ୍ଦର ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଜମ୍ମୁ କାଶ୍ମୀରରେ ବର୍ଷା ଓ ତୁଷାରପାତ ଲାଗି ରହିଛି । ଲଗାଣ ତୁଷାରପାତ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହେବ । ଏହାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳରେ ବିଳମ୍ବ ହେବ ବୋଲି ଟ୍ବିଟ୍ କରି ସୂଚନା ଦିଆଯାଇଛି । ଜମ୍ମୁ କାଶ୍ମୀରରେ ଗତ ବୁଧବାର ଦିନ ହାଲୁକା ବର୍ଷା ଓ ତୁଷାରପାତ ହୋଇଥିଲା । ତେଣୁ ଗତ ଗୁରୁବାର ଦିନ ମଧ୍ୟ ବିମାନ ବନ୍ଦରରେ ସମସ୍ତ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ