ETV Bharat / bharat

ସଲିଡ ଫୁଏଲ ଡକ୍ଟେଡ୍‌ ରାମଜେଟର ସଫଳ ପରୀକ୍ଷଣ: ଜାଣନ୍ତୁ କଣ ଏହି SFDR ? - ସଲିଡ ଫୁଏଲ ଡକ୍ଟେଡ୍‌ ରାମଜେଟ୍‌ ବୁଷ୍ଟର ଫ୍ଳାଇଟ ଟ୍ରାୟଲ

ସଲିଡ ଫୁଏଲ ଡକ୍ଟେଡ୍‌ ରାମଜେଟ୍‌ ବୁଷ୍ଟରର ସପଳ ପରୀକ୍ଷଣ । SFDR ଜ୍ଞାନକୌଶଳକୁ କୌଣସି ଆକାଶୀ ଟାର୍ଗେଟକୁ ଇଣ୍ଟରସେପ୍ଟ କରିବାକୁ ବ୍ୟବହାର ହୋଇଥାଏ । ସୁପରସୋନିକ୍ ସ୍ପିଡରେ ଆସୁଥିବା କୌଣସି ଦୂରଗାମୀ ମିସାଇଲକୁ ଇଣ୍ଟରସେପ୍ଟ କରୁଥିବା ମିସାଇଲରେ ଏହାର ବ୍ୟବହାର ହୋଇଥାଏ । ଅଧିକ ପଢନ୍ତୁ

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା
ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା
author img

By

Published : Apr 8, 2022, 3:33 PM IST

Updated : Apr 8, 2022, 7:36 PM IST

ଭୁବନେଶ୍ବର: ପ୍ରତିରକ୍ଷା ସୁରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ସଲିଡ ଫୁଏଲ ଡକ୍ଟେଡ୍‌ ରାମଜେଟର ବୁଷ୍ଟର( Solid Fuel Ducted Ramjet-SFDR booster)ର ସଫଳ ପରୀକ୍ଷଣ । ଆଜି (ଶୁକ୍ରବାର) ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଏହାର ସଫଳ ପରୀକ୍ଷଣ କରାଯାଇଛି ।

ବାଲେଶ୍ବର ଚାନ୍ଦିପୁର ସ୍ଥିତ ଇଣ୍ଟ୍‌ଗ୍ରେଟଡ ଟେଷ୍ଟ ରେଞ୍ଜ (Integrated Test Range)ରେ ଏହି ପରୀକ୍ଷଣ ହୋଇଛି । ଏହି ସଲିଡ ଫୁଏଲ ଡକ୍ଟେଡ୍‌ ରାମଜେଟ ବୁଷ୍ଟରର ସଫଳ ଫ୍ଳାଇଟ ଟ୍ରାଏଲ(Flight trial of Solid Fuel Ducted Ramjet (SFDR) booster) ହୋଇଛି । ଏହା ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଆଜି ଦିନ ୧୦.୩୦ରେ ପରୀକ୍ଷଣ ହୋଇଥିଲା ।

  • Congratulate @DRDO_India on the successful test flight of Solid Fuel Ducted Ramjet (SFDR) technology at the Integrated Test Range (ITR), Chandipur off the coast of #Odisha.#DRDO

    — Naveen Patnaik (@Naveen_Odisha) April 8, 2022 " class="align-text-top noRightClick twitterSection" data=" ">

SFDR ଜ୍ଞାନକୌଶଳକୁ କୌଣସି ଆକାଶୀ ଟାର୍ଗେଟକୁ ଇଣ୍ଟରସେପ୍ଟ କରିବାକୁ ବ୍ୟବହାର ହୋଇଥାଏ । ସୁପରସୋନିକ୍ ସ୍ପିଡରେ ଆସୁଥିବା କୌଣସି ଦୂରଗାମୀ ମିସାଇଲକୁ ଇଣ୍ଟରସେପ୍ଟ କରିବାରେ ଏହାକୁ ବ୍ୟବହାର ହୋଇଥାଏ । ଏହା ହାଇଦ୍ରାବଦସ୍ଥିତ Defence Research and Development Laboratory (DRDL) ଏବଂ DRDO ର ମିଳିତ ପ୍ରୟାସରେ ବିକଶିତ ହୋଇଛି । ତେବେ ପରୀକ୍ଷଣ ସମୟରେ ଏହା ସମସ୍ତ ଲକ୍ଷ୍ୟ (ମିଶନ ଉଦ୍ଦେଶ୍ୟ ପୂରଣ) କୁ ହାସଲ କରିଛି ।

ଫଳରେ ଆଜିର ପରୀକ୍ଷଣ ପରେ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ସମସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଜଟିଳ ମିସାଇଲ୍ ସିଷ୍ଟମ ସଠିକ ଭାବରେ କାର୍ଯ୍ୟ କରୁଥିବା କୁହାଯାଇଛି । ତେବେ ଆଜିର ହୋଇଥିବା ଏହି ରାମଜେଟର ସଫଳ ପରୀକ୍ଷଣ ନେଇ ଡିଆରଡିଓ (DRDO) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓ(DRDO)କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏହି ସଲିଡ୍ ଇନ୍ଧନ ଡକ୍ଟେଡ୍ ରାମଜେଟ୍ (SFDR) ଟେକ୍ନୋଲୋଜିର ସଫଳ ପରୀକ୍ଷଣ କରିଥିବା ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ITR) ଓ ଡିଆରଡିଓ(DRDO)କୁ ଅଭିନନ୍ଦନ ଜଣାଇଛନ୍ତି ।

@ANI

Last Updated : Apr 8, 2022, 7:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.