ETV Bharat / bharat

90 ଭୋଟର ଲିଷ୍ଟରେ ମତଦାନ କରିଛନ୍ତି 181, 5 ପରିଚାଳନା ଅଧିକାରୀ ନିଲମ୍ବିତ

author img

By

Published : Apr 5, 2021, 8:53 PM IST

Updated : Apr 5, 2021, 9:03 PM IST

ଆସାମ ବିଧାନସଭା ନିର୍ବାଚନ ଚାଲିଥିବାବେଳେ ଚରମ ଅବହେଳା ଓ ଗୋଟିଏ ପରେ ଗୋଟିଏ ଅନିୟମିତତା ସାମ୍ନାକୁ ଆସିବାରେ ଲାଗିଛି । ଏହି ଘଟଣାରେ 5 ଜଣ ନିଲମ୍ବିତ । ଅଧିକ ପଢନ୍ତୁ:

ଆସାମର ଏକ କେନ୍ଦ୍ରରେ ପଞ୍ଜୀକୃତ ସଂଖ୍ୟା ଠାରୁ ଅଧିକ ମତଦାନ ଘଟଣା, ଦାୟିତ୍ବରେ ଥିବା 5 ପରିଚାଳନା ଅଧିକାରୀ ନିଲମ୍ବିତ

ଗୌହାଟୀ: ଆସାମ ବିଧାନସଭା ନିର୍ବାଚନ ଜାରି ରହିଥିବାବେଳେ ଚରମ ଅବହେଳା ଓ ଗୋଟିଏ ପରେ ଗୋଟିଏ ଅନିୟମିତତା ସାମ୍ନାକୁ ଆସିବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ଜବତ ହେବା ପରେ ଏବେ ପୁଣି ମତାଦନ ପ୍ରକ୍ରିୟାରେ ଚରମ ଅବହେଳା ସାମ୍ନାକୁ ଆସିଛି । ଆସାମର ଡିମା ହାସାଓ ଜିଲ୍ଲାର ଖାତାଲିଆର ପୋଲିଂ ବୁଥରେ ମାତ୍ର 90 ଭୋଟର ପଞ୍ଜୀକୃତ ହୋଇଥିବାବେଳେ 181 ଭୋଟ ଗ୍ରହଣ ହୋଇଥିବା ପରି ସାଙ୍ଘାତିକ ଅଭିଯୋଗ ଆସିଛି । ଏପରି ଅନିୟମିତତା ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ବୁଥରେ ପରିଚାଳନା ଦାୟିତ୍ବରେ ଥିବା 5 ଜଣ ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି ।

ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଡେପୁଟି କମିଶନର ପଲ୍ ବାରୁହା ଦେଇଥିବା ସୂଚନା ଅନୁସାରେ ନର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ସମ୍ପୃକ୍ତ ସେକ୍ଟର ଅଧିକାରୀ, ପ୍ରିଜାଇଡିଂ ଅଧିକାରୀ ଏବଂ ତିନି ଜଣ ପୋଲିଂ ଅଧିକାରୀଙ୍କ ସମେତ ମୋଟ 5 ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଏହି 5 ଜଣ ଅଧିକାରୀ ଖାତାଲିଆର ମତଦାନ କେନ୍ଦ୍ରରେ ମତଦାନ କେନ୍ଦ୍ରରେ ପରିଚାଳନା ଦାୟିତ୍ବରେ ଥିଲେ । କେବଳ 90 ଜଣ ଯୋଗ୍ୟ ଭୋଟର ପଞ୍ଜୀକୃତ ହୋଇଥିବାବେଳେ ମତଦାନ କେନ୍ଦ୍ରରେ 181 ଟି ମତଦାନ ହୋଇଥିବା ଜଣାପଡିଥିଲା । ଅଧିକାରୀଙ୍କ ଅବହେଳା ଯୋଗୁ କିଛି ଅଣପଞ୍ଜିକୃତ ଭୋଟର ମଧ୍ୟ ଉକ୍ତ ମତଦାନ କେନ୍ଦ୍ରରେ ଭୋଟ ଦେଇଥିବା ଜଣାପଡିଛି । ଏହି ମତଦାନ କେନ୍ଦ୍ର ହାଫଲଙ୍ଗ ବିଧାନସଭା ଅଧୀନରେ ରହିଛି । ଏଥିରେ ଗତ 1 ତାରିଖରେ ଦ୍ବିତୀୟ ପର୍ଯାୟ ପାଇଁ ମତଗ୍ରହଣ ହୋଇଥିଲା । ତେବେ ଘଟଣାର ତଦନ୍ତ ଚାଲିଛି ଫଳାଫଳ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 5, 2021, 9:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.