ETV Bharat / bharat

Farm Laws Repealed; 5 ରାଜ୍ୟର ନିର୍ବାଚନ ପାଇଁ ପଛଘୁଞ୍ଚା ଦେଲେ କି ସରକାର ?

ପିଏମ ମୋଦି ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କୋଠର ପଦକ୍ଷେପ ନେବା ପାଇଁ କେବେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଦେଶରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କଲା କି ବୋଲି ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

author img

By

Published : Nov 19, 2021, 5:05 PM IST

Five state Assembly election
ପାଞ୍ଚଟି ରାଜ୍ୟର ନିର୍ବାଚନ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କଲା କି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ନୂତନ କୃଷି ଆଇନ ପ୍ରତ୍ୟାହାର (Farm Laws Repealed) କରିବା ପରେ ସାରା ଦେଶରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା ।

ପ୍ରଧାନମନ୍ତ୍ରୀ ମୋଦି କୋଠର ପଦକ୍ଷେପ ନେବା ପାଇଁ କେବେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ପ୍ରଥମ ଥର ପାଇଁ ପିଏମ ମୋଦି ଜନତାଙ୍କୁ କ୍ଷମା ମାଗିଛନ୍ତି ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅହଂକାର ଭାଙ୍ଗିଛି ବୋଲି ବିରୋଧୀ ଆକ୍ଷେପ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ନୂତନ କୃଷି ଆଇନ ବିଶେଷ କରି ଦେଶର ଚାଷୀଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ଯାହାର ପରିଣତି ଦେଶରେ ଏକ ବିରାଟ ଆନ୍ଦୋଳନ ଜନ୍ମ ନେଇଥିଲା ଏବଂ ଦେଶର ବିରୋଧୀ ରାଜନୈତିକ ଦଳ ଗୁ଼ଡିକ ମଧ୍ୟ ଏହାକୁ ସମର୍ଥନ କରିଥଲେ । ତେବେ ଏହି ପ୍ରତ୍ୟାହାର ପଛରେ ବିଜେପିର ରାଜନୈତିକ ଏଜେଣ୍ଡା ଥିବା ଜୋରଦାର ଚର୍ଚ୍ଚା ହେଉଛି ।

କୃଷକ ଆନ୍ଦୋଳନ

ସଂସଦରେ ତିନୋଟି ନୂତନ କୃଷକ ଆଇନ ପାରିତ ହେବା ପରେ ସାରା ଦେଶରେ ବିଭିନ୍ନ କୃଷକ ସଂଗଠନ ପ୍ରବଳ ବିରୋଧ କରିଥିଲେ । ଚାଷୀଙ୍କ ହକକୁ ଛଡାଇନେଉଛନ୍ତି ସରକାର ବୋଲି ବିରୋଧୀ ସରକାରକୁ ଟାର୍ଗେଟ କରିଥିଲେ।

ଗତବର୍ଷ ନଭେମ୍ବର ୨୬ ରୁ ଦେଶର ବିଭିନ୍ନ କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହା ସହ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବ୍ୟାପକ କୃଷି ଆନ୍ଦୋଳନ ହୋଇଛି । ବିଶେଷ କରି ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶର ସମେତ ହରିୟାଣାରେ ଚାଷୀ ବ୍ୟାପକ ଆନ୍ଦୋଳନ କରିଥିଲେ।

ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ହିଂସାତ୍ମକ ପ୍ରଦର୍ଶନ କରିଥିଲେ । ଏହାସହ ଉତ୍ତପ୍ରଦେଶ, ହରିୟାଣା ଓ ପଞ୍ଜାବରେ ଏହି କୃଷକ ଆନ୍ଦୋଳନର ବିଶେଷ ପ୍ରଭାବ ପକାଇଥିଲା । ଗାଁ ଠୁ ସହର ସମେତ ବିଭିନ୍ନ ଅଞ୍ଚଳରେ ନୂତନ କୃଷି ଆଇନ ପ୍ରତ୍ୟାହାର ନେଇ ଜୋରଦାର ଆନ୍ଦୋଳନ କରିଥିଲେ । ତେବେ ଦିନକୁ ଦିନ ସାରା ଦେଶରେ କୃଷକ ଆନ୍ଦୋଳନ ଲୋକଙ୍କ ମନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିଛି।

ନଜରରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ

୨୦୨୨ ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଯେଉଁ ଦଳ ଲୋକପ୍ରିୟତା ହାସଲ କରିବ ସେହି ଦଳ ୨୦୨୪ ସାଧାରଣ ନିର୍ବାଚନରେ ସରକାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ହିମାଚଳ ପ୍ରଦେଶ, ଗୋଆରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ବିଶେଷ କରି ଉତ୍ତରପ୍ରଦେଶ, ପଞ୍ଜାବ,ହିମାଚଳ ପ୍ରଦେଶରେ କୃଷକ ଆନ୍ଦୋଳନକୁ ବ୍ୟାପକ ହେଉଛି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହେଉଛି । ଏହା ସହ ନିକଟରେ ହିମାଚଳ ପ୍ରଦଶରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପରାଜୟ ବିଜେପିର ଆଗାମୀ ଭବିଷ୍ୟତ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ।

ଏହାସହ ବିଜେପିର ବିଭିନ୍ନ ନେତା ମଧ୍ୟ ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ସଭା ସମିତିରେ ଯାଉଥିବାବେଳେ ଚାଷୀଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ବିଜେପିର ରଣନୀତିକାର ବେଶ ଚିନ୍ତିତ ଥିବା ଚର୍ଚ୍ଚା ହେଉଛି । ଶେଷରେ ଏକ କୋଠର ନିଷ୍ପତ୍ତି ଜରିଆରେ ପାରିତ କରିଥିବା କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ବାଧ୍ୟ ହୋଇଛନ୍ତି ।

ତେବେ ସବୁବେଳେ ଦେଶବାସୀଙ୍କୁ ହିତରେ ପଦକ୍ଷେପ ନେଇ ପ୍ରଶଂସା ପାଇଥିବା ପ୍ରଧାନମନ୍ତ୍ରୀ କୃଷି ଆଇନକୁ ନେଇ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତ । ତେବେ ଆଗାମୀ ଦିନରେ ବିଜେପି ଏହି କୃଷି ଆଇନ ପ୍ରତ୍ୟାହାର କେତେ ଫଳପ୍ରଦ ଦେଉଛି ତାହା ଆଗାମୀ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ସାବ୍ୟସ୍ତ ହେଉଛି ନା ଭୁଲପ୍ରମାଣିତ ହେଉଛି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.