ETV Bharat / bharat

ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗ, ଅଭିଯୁକ୍ତଙ୍କ ହେବ ନାର୍କୋ-ପଲିଗ୍ରାଫ ଟେଷ୍ଟ - ସଂସଦରେ ସୁରକ୍ଷା ଭଙ୍ଗ

Parliament Security Breach: ସଂସଦ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗ । ଅଭିଯୁକ୍ତ ହେବ ନାର୍କୋ, ପଲିଗ୍ରାଫ ଓ ବ୍ରେନ ମ୍ୟାପିଂ ଟେଷ୍ଟ । ଅଧିକ ପଢନ୍ତୁ

Parliament Security Breach
Parliament Security Breach
author img

By ETV Bharat Odisha Team

Published : Jan 5, 2024, 7:48 PM IST

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ଘଟଣା । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କର ଖୁବଶୀଘ୍ର ହେବ ନାର୍କୋ, ପଲିଗ୍ରାଫ ଓ ବ୍ରେନ ମ୍ୟାପିଂ ଟେଷ୍ଟ । ଏ ନେଇ ଆଜି (ଶୁକ୍ରବାର) ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ମୋଟ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣ ପଲିଗ୍ରାଫ ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି । ସେପଟେ ସମସ୍ତ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ଆଉ ୮ ଦିନ ବୃଦ୍ଧି କରାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ଦିଲ୍ଲୀ ପୋଲିସ ଶୁଣାଣି ପାଇଁ ସମସ୍ତ ଅଭିଯୁକ୍ତ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା । ଏହି ସମସ୍ତ ଅଭିଯୁକ୍ତଙ୍କ ମନୋବୈଜ୍ଞାନିକ ପରୀକ୍ଷା କରାଯିବା ଆବଶ୍ୟକ କରାଯିବ ବୋଲି ପୋଲିସ କହିଥିଲା । ୨ଜଣ ଅଭିଯୁକ୍ତ ମନୋରଞ୍ଜନ ଓ ସାଗରର ନାର୍କୋ ଟେଷ୍ଟ କରାଯିବ । ଏ ନେଇ ଦିଲ୍ଲୀ ପୋଲିସ କୋର୍ଟଙ୍କୁ ଅନୁରୋଧ କରିବା ପରେ କୋର୍ଟ ଅଭିଯୁକ୍ତମାନଙ୍କ ପଲିଗ୍ରାଫ, ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ପାଇଁ ଅନୁମତି ଦେଇଛନ୍ତି । ଅଭିଯୁକ୍ତ ମନୋରଞ୍ଜନ ଓ ସାଗରର ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଂ ୩ଟି ଯାକ ଟେଷ୍ଟ ହେବାକୁ ଥିବା ବେଳେ ବାକି ୩ ଅଭିଯୁକ୍ତ ଲଲିତ ଝା, ମହେଶ କୁମାୱତ ଓ ଅନମୋଲର ପଲିଗ୍ରାଫ ଟେଷ୍ଟ କରାଯିବ ।

ଏହା ବି ପଢନ୍ତୁ- ସଂସଦ ସୁରକ୍ଷାରେ ତ୍ରୁଟି: ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ

ଏହି ମାମଲରା ଅନ୍ୟତମ ଅଭିଯୁକ୍ତ ନିଲମ ଆଜାଦ ପଲିଗ୍ରାଫ ଟେଷ୍ଟ ପାଇଁ ସହମତି ପ୍ରକାଶ କରିନଥିବା ପୋଲିସ କହିଛି । ଏହି ମାମଲାର ମାଷ୍ଟର ମାଇଣ୍ଡ ଲଲିତ ଝା ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସୂଚନା ଥାଉ କି ଗତ ଡିସେମ୍ବର ୧୩ ତାରିଖରେ ସୁରକ୍ଷା ବଳୟକୁ ଭେଦି ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥିଲେ । ହଠାତ ଦର୍ଶକ ଗ୍ୟାଲେରୀରୁ ଡେଇଁ ରଙ୍ଗିନ ଗ୍ୟାସ ସ୍ପ୍ରେ କରିଥିଲେ । ଏଥିରେ ସାଂସଦମାନେ ଭୟଭୀତ ହୋଇପଡ଼ିଥିବା ବେଳେ ସଙ୍ଗେ ସଙ୍ଗେ ଗୃହ କାର୍ଯ୍ୟକୁ ମୁଲତବୀ ରଖାଯାଇଥିଲା ।

ଏହା ବି ପଢନ୍ତୁ- ପୋଲିସ ପଞ୍ଝାରେ ମାଷ୍ଟରମାଇଣ୍ଡ ଲଳିତ ଝା, ରିମାଣ୍ଡରେ ନେଇ ମାରାଥନ ଜେରା

ଏହାପରେ ସାଂସଦମାନେ ୨ ଦୁର୍ବୃତ୍ତଙ୍କୁ ଲୋକସଭା ଭିତରେ କାବୁ କରିଥିବା ବେଳେ ଗୃହ ବାହାରେ ୨ ଅଭିଯୁକ୍ତକୁ ଅଟକ ରଖାଯାଇଥିଲା । ଏହି ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କ ସମେତ ଜଣେ ସହଯୋଗୀକୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାର ମାଷ୍ଟର ମାଇଣ୍ଡ ଲଲିତ ଝାକୁ ଦିଲ୍ଲୀରୁ ଗିରଫ କରିଯାଇଥିଲା । ଏମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସ ୟୁଏପିଏ (ଅସାମାଜିକ କାର୍ଯ୍ୟକଳାପ ନିରୋଧ ଆଇନ )ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.