ETV Bharat / bharat

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ

ମାଉ ଜିଲ୍ଲାର ଶାହାପୁର ଗ୍ରାମର ଏକ ଘରେ ଲାଗିଲା ନିଆଁ । କାଳରାତ୍ରିରେ ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

author img

By

Published : Dec 28, 2022, 8:46 AM IST

mau fire
mau fire

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ଘରେ ନିଆଁ ଲାଗି ଜଳିଗଲେ ୫ଜଣ ସଦସ୍ୟ(Five Members of a Family Died After Fire Broke Out) । ଉତ୍ତରପ୍ରଦେଶର ମାଉ ଅଞ୍ଚଳରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ଏନେଇ ଗତକାଲି(ମଙ୍ଗଳବାର) ସୂଚନା ଦିଆଯାଇଛି ।

ଖବରଅନୁସାରେ, ମଙ୍ଗଳବାର ରାତିରେ କୌଣସି କାରଣବଶତଃଋ ହଠାତ ଘରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ରହିଥିଲେ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, କିଛି କରିବା ଆଗରୁ ସବୁ କିଛି ଛାରଖାର ହୋଇଯାଇଥିଲା ଏବଂ କେହି ବାହାରକୁ ବାହାରିପାରି ନଥିଲେ । ଫଳରେ କାଳରାତ୍ରିରେ ଲିଭି ଯାଇଥିଲା ୫ଜଣଙ୍କ ଜୀବନ ଦୀପ । ନିଆଁ ଆଁରେ ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବରପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରଶାସନର ଫମ୍ପା ପ୍ରତିଶୃତିରେ ହତାସ ଟୁସର ବାସିନ୍ଦା, ଦୁଃଖ ସାଜିଛି କେରାଣ୍ଡି ନାଳ

ତେବେ ଜିଲ୍ଲାପାଳ ଅରୁଣ କୁମାର କହିଛନ୍ତି(District Magistrate Arun Kumar), "ମାଉ ଜିଲ୍ଲାର ଶାହାପୁର ଗ୍ରାମର(Shahpur Village, Kopaganj PS in Mau District) ଏକ ଘରେ ନିଆଁ ଲାଗିଯାଇଥିଲା । ଗୋଟିଏ ପରିବାରର ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଜଣ ମହିଳା, ଜଣ ପୁରୁଶ ଏବଂ ୩ଜଣ ନାବାଳକ ରହିଥିଲେ । ଖବରପାଇ ପୋଲିସ, ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗ୍ୟାସ ଷ୍ଟୋଭରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ପ୍ରତ୍ୟେକ ମୃତକଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.