ଜୟପୁର: ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ 5 ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ହରିୟାଣାର ହୋଇଥିବା ଜଣାପଡ଼ିଛି । ସିକରର ଫତେପୁର-ସାଲାସର ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
-
Rajasthan | 5 people died in a collision between a truck and a car on the Fatehpur-Salasar road. The deceased are residents of Haryana, identification is being done: Rajesh Kumar Vidyarthi, Deputy SP, Fatehpur, Sikar (22.01) pic.twitter.com/F4UHVmvaty
— ANI MP/CG/Rajasthan (@ANI_MP_CG_RJ) January 22, 2023 " class="align-text-top noRightClick twitterSection" data="
">Rajasthan | 5 people died in a collision between a truck and a car on the Fatehpur-Salasar road. The deceased are residents of Haryana, identification is being done: Rajesh Kumar Vidyarthi, Deputy SP, Fatehpur, Sikar (22.01) pic.twitter.com/F4UHVmvaty
— ANI MP/CG/Rajasthan (@ANI_MP_CG_RJ) January 22, 2023Rajasthan | 5 people died in a collision between a truck and a car on the Fatehpur-Salasar road. The deceased are residents of Haryana, identification is being done: Rajesh Kumar Vidyarthi, Deputy SP, Fatehpur, Sikar (22.01) pic.twitter.com/F4UHVmvaty
— ANI MP/CG/Rajasthan (@ANI_MP_CG_RJ) January 22, 2023
ଫତେପୁର DSP ରାଜେଶ କୁମାର ବିଦ୍ୟାର୍ଥୀ ସୂଚନା ଅନୁଯାୟୀ, ଫତେପୁର-ସାଲାସର ରାସ୍ତା ନିକଟରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତ ମୃତକ ହରିୟାଣାର ହୋଇଥିବାବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ: ସୁପ୍ରିମକୋର୍ଟ ରାୟକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରଧାନ ବିଚାରପତିଙ୍କ ମତ, ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା
ଅନ୍ୟପଟେ ରାଜସ୍ଥାନର ଭବାନୀ ମଣ୍ଡିରେ ମଧ୍ୟ ଦୁର୍ଘଟଣା ଜନିତ ଖବର ସାମ୍ନାକୁ ଆସିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଝାଲାୱାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରବିବାର ସନ୍ଧ୍ୟା 6.30ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲିସର ସୂଚନା ଅନୁଯାୟୀ, ଭବାନୀ ମଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳ କୋଟ୍ରୋ ଗ୍ରାମର ବାସିନ୍ଦା ଜଗଦୀପ, କମଲେଶ ଏବଂ ଅନୀଲ ନିଜ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: Pathaan row: ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଶାହାରୁଖ ଖାନ କିଏ ? ରାତି 2ଟାରେ ଫୋନ୍ କଲେ ଶାହରୁଖ
ବିପରୀତ ପଟୁ ସେମଲି ଗ୍ରାମ ବାସିନ୍ଦା ଗୋବିନ୍ଦ ସିଂ ଭବାନୀ ମଣ୍ଡି ଅଭିମୁଖେ ଆସୁଥିଲେ । ଏହି ସମୟରେ ସବ ଡିଭିଜନ କାର୍ଯ୍ୟାଳୟ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ 4 ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଜଗଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣଙ୍କ ମୃତ୍ୟୁ ଘଟିଛି ।