ETV Bharat / bharat

Hyderabad Gang-Rape Case: ୫ ଅଭିଯୁକ୍ତ ଚିହ୍ନଟ, ୩ ଗିରଫ - ହାଇଦ୍ରାବାଦ ଜୁବିଲି ହିଲ୍ସ ନିକଟରେ ଗଣଦୁଷ୍କର୍ମ ଘଟଣା

ହାଇଦ୍ରାବାଦ ଜୁବିଲି ହିଲ୍ସ ନିକଟରେ ଗଣଦୁଷ୍କର୍ମ ଘଟଣା । ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Hyderabad gang-rape case: ୫ ଅଭିଯୁକ୍ତ ଚିହ୍ନଟ, ଜଣେ ଗିରଫ

author img

By

Published : Jun 4, 2022, 9:15 AM IST

Updated : Jun 4, 2022, 12:50 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ(Hyderabad minor girl rape case) ଘଟଣା । ପୋଲିସ ସିସିଟିଭି ଫୁଟେଜ ଆଧାରରେ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହିତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଅଭିଯୁକ୍ତମାନେ ପୀଡି଼ତାକୁ ଏକ ମର୍ସିଡିଜ କାର ମଧ୍ୟରେ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ TRS ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ କଂଗ୍ରେସ, ବିଜେପି । ଟିଆରଏସ ସରକାର(TRS government)ଙ୍କ ଜଣେ ମନ୍ତ୍ରୀଙ୍କ ନାତି ଏହି ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଥିବା ବେଳେ ପୋଲିସ ଏହାକୁ ଖଣ୍ଡନ କରିଥିବା ଜଣାପଡ଼ିଛି । ପୂର୍ବରୁ ଜଣକୁ ଗିରଫ କରାଯାଇଥିବା ବେଳେ ଗତକାଲି(ଶୁକ୍ରବାର) ଆଉ ଜଣେ ଅଭିଯୁକ୍ତ ସଦୁଦ୍ଦିନ ମଲିକ ଓ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଶୁକ୍ରବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଡେପୁଟି କମିଶନର ଜୁଏଲ ଡେଭିସ୍ କହିଛନ୍ତି ଯେ, ‘ନାବାଳିକାର ବାପା ପୋଲିସ ନିକଟରେ ଅଭିଯୋଗ କରିବା ପରେ ଜଣେ ମହିଳାଙ୍କୁ ଅପମାନିତ କରିବା ଅଭିଯୋଗରେ ଏବଂ POCSO ଆକ୍ଟ ଅଧୀନରେ ମାମଲା ଦାଏର ହୋଇଛି । ଏହାରି ମଧ୍ୟରେ ପୀଡ଼ିତା ଜଣକ ନାବାଳିକା ଥିବାରୁ ନଗର ପୋଲିସ ତାଙ୍କୁ ମହିଳା ଓ ଶିଶୁଙ୍କ ପାଇଁ ଥିବା 'ଭରୋସା' ସହାୟତା କେନ୍ଦ୍ରକୁ ପଠାଯାଇଛି ।’ ଡେଭିସ୍ କହିଛନ୍ତି ଯେ କେନ୍ଦ୍ରର ମହିଳା କର୍ମଚାରୀମାନେ ନାବାଳିକାକୁ ସାନ୍ତ୍ବନା ଦେଇଛନ୍ତି ।

ଏହା ସହିତ ମହିଳାମାନେ ପୀଡିତାଙ୍କ ବିବୃତ୍ତିକୁ ରେକର୍ଡ କରିଛନ୍ତି । ପୀଡିତାଙ୍କ ବିବୃତ୍ତି ଆଧାରରେ ଆଇପିସି ଧାରା ୩୭୬D (ଗଣଦୁଷ୍କର୍ମ) ଏବଂ POCSO ଆକ୍ଟର ଅନ୍ୟାନ୍ୟ ପ୍ରଯୁଜ୍ୟ ବିଭାଗ ଆଧାରରେ ମାମଲାରେ ପରିବର୍ତ୍ତନ କରାଯାଇଛି । ଅଭିଯୁକ୍ତଙ୍କୁ ନାବାଳିକା ଜଣକ ଜାଣିନଥିବାରୁ ସେମାନଙ୍କୁ ସେ ଚିହ୍ନଟ କରିପାରିବ ନାହିଁ ବୋଲି ଡେଭିସ କହିଛନ୍ତି । ତେବେ ପୋଲିସ ତଦନ୍ତ କରିବା ସମୟରେ ସିସିଟିଭି ଫୁଟେଜ ଆଧାରରେ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୧୮ ବର୍ଷ ଯୁବକକୁ ଶୁକ୍ରବାର ଗିରଫ କରାଯାଇଛି ।

ଏହାସହିତ ପୋଲିସ ୩ ଜଣ ଯୁବକଙ୍କ ବିରୋଧରେ ତଥ୍ୟ ପାଇଛି । ତେବେ ଖୁବଶୀଘ୍ର ଏଥିରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । କୌଣସି ମନ୍ତ୍ରୀଙ୍କ ନାତି ଏହି ଘଟଣାରେ ସମ୍ପୃକ୍ତ ନଥିବା ପ୍ରମାଣ ମିଳିଛି ବୋଲି ପୋଲିସ କହିଛି ।

କଣ ଥିଲା ଘଟଣା ?

ସୂଚନା ଥାଉ କି ଗତ ୫ ଦିନ ପୂର୍ବରୁ ହାଇଦ୍ରାବାଦର ଜୁବିଲି ହିଲ୍ସ(Jubilee Hills locality) ନିକଟରେ ଜଣେ ନାବାଳିକା ଦିନବେଳା ପବ୍‌(Pub)କୁ ଯାଇଥିବା ବେଳେ ଘଟିଛି ଏହି ଘଟଣା । ୫ ଜଣ ଯୁବକ ତାଙ୍କୁ ପବ୍‌ରୁ ଆଣି ଏକ କାର ଭିତରେ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରେ ୫ ଜଣ ଯୁବକ ରହିଥିଲେ ପୋଲିସ ଶୁକ୍ରବାର ପୋଲିସ କହିଛି । ଏହି ଘଟଣା ଜଣାପଡ଼ିବା ପରେ ନାବାଳିକାର ପିତା ମେ ୩୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ନାବାଳିକା ଜଣକ ଘଟଣା ଘଟିବା ପରେ ସେ ଭୟଭୀତ ଅବସ୍ଥାରେ ଥିବାରୁ କିଛି ପ୍ରତିକ୍ରିୟା ଦେଇନଥିଲା ।

Last Updated : Jun 4, 2022, 12:50 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.