ETV Bharat / bharat

ଅତିକ-ଅସରଫ ହତ୍ୟାକାଣ୍ଡ: ୫ ପୋଲିସ କର୍ମଚାରୀ ନିଲମ୍ବିତ - ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ମର୍ଡର

ଅତିକ-ଅସରଫ ହତ୍ୟାକାଣ୍ଡ ଘଟଣାରେ ୫ ପୋଲିସ କର୍ମଚାରୀ ନିଲମ୍ବିତ । ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଶାହାଗଞ୍ଜ ଥାନା ଇନଚାର୍ଜ । ଅଧିକ ପଢନ୍ତୁ

ଅତିକ-ଅସରଫ ହତ୍ୟାକାଣ୍ଡ ଘଟଣାରେ ୫ ପୋଲିସ କର୍ମଚାରୀ ନିଲମ୍ବିତ

author img

By

Published : Apr 20, 2023, 7:46 AM IST

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଭାଇ ଅସରଫ ହତ୍ୟାକାଣ୍ଡ ଘଟଣାରେ ୫ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଶାହାଗଞ୍ଜ ଥାନା ଇନଚାର୍ଜ ଅଶ୍ବିନୀ କୁମାର ସିଂହଙ୍କ ସମେତ ୫ ଜଣଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଏସଆଇଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ଅନ୍ୟ ପୋଲିସ କର୍ମୀଙ୍କ ମଧ୍ୟରେ ଜଣେ ସବ-ଇନ୍ସପେକ୍ଟର ଓ ତିନି ଜଣ କନେଷ୍ଟବଳ ଅଛନ୍ତି ।

ଗତ ଶନିବାର ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗଷ୍ଟାର ଭାଇଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଦୁଇ ଭାଇଙ୍କୁ ମେଡିକାଲ ଚେକଅପ୍ ପାଇଁ ପ୍ରୟାଗରାଜର ଏକ ହସ୍ପିଟାଲ ନେଉଥିବା ସମୟରେ ତିନି ଜଣ ସୁଟର ସାମ୍ବାଦିକ ବେଶରେ ଆସି ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡର ଦୃଶ୍ୟ ସେଠାରେ ଥିବା ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲା । ଅତିକ ଓ ଅସରଫ ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସ କମିଶନର ରମିତ ଶର୍ମା ତିନି ଜଣିଆ ଏସଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଗଠନ କରିଛନ୍ତି । ଅତିରିକ୍ତ ପୋଲିସ କମିଶନର(ଅପରାଧ) ସତିଶ ଚନ୍ଦ୍ରଙ୍କ ନେତୃତ୍ବରେ ଏହି ଟିମ୍ ହତ୍ୟାର ତଦନ୍ତ କରୁଛନ୍ତି ।

ଏହାରି ଭିତରେ ଗତକାଲି(ବୁଧବାର) ସକାଳେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅତିକ-ଅସରଫ ହତ୍ୟାକାଣ୍ଡର ତିନି ମୁଖ୍ୟ ଅଭିଯୁକ୍ତ ଲବଲେସ ତିୱାରି, ମୋହିତ ଓ ଅରୁଣ କୁମାର ମୌର୍ଯ୍ୟକୁ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଆଗରେ ହଜାର କରିଥିଲା । ପୋଲିସ ଏହି ତିନି ଅଭିଯୁକ୍ତକୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମାଗି ଥିବାବେଳେ କୋର୍ଟ ୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଶାହାଗଞ୍ଜ ଥାନାରେ ଆଇପିସିର ଧାରା ୩୦୨(ହତ୍ୟା) ୩୦୭ (ହତ୍ୟା ଉଦ୍ୟମ) ଏବଂ ଆର୍ମସ୍ ଆକ୍ଟରେ ମାମଲା ରୁଜୁ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଅତିକ ଭଳି ଅନେକଙ୍କ ୟୁପି ପୋଲିସ କଷ୍ଟଡିରେ ଯାଇଛି ଜୀବନ, ଜାଣନ୍ତୁ କିଏ ସେହି ମାଫିଆ

ଏହାମଧ୍ୟ ପଢନ୍ତୁ: ମାଫିଆ ଅତିକ ଅହମ୍ମଦର ସମର୍ଥନରେ ମହାରାଷ୍ଟ୍ରରେ ବ୍ୟାନର : 2 ଗିରଫ

ସେହିପରି ପୋଲିସ କଷ୍ଟଡିରେ ଦୁଇ ଗ୍ୟାଙ୍ଗଷ୍ଟାରକୁ କିପରି ଗୁଳିକରି ହତ୍ୟା କରାଗଲା ଓ ସେମାନଙ୍କୁ କାବୁ କରିବାରେ ପୋଲିସକୁ କେତେ ସମୟ ଲାଗିଲା ସେନେଇ ଏସଆଇଟି ୩ ଅଭିଯୁକ୍ତଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ଆଣି ସିନ୍ ରିକ୍ରିଏସନ କରିବ ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଅତିକ ଆଇନଜୀବୀ ବାସଭବନ ନିକଟରେ ବୋମା ବିସ୍ଫୋରଣ, ପୋଲିସର ତଦନ୍ତ ଆରମ୍ଭ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.