ETV Bharat / bharat

Himachal Pradesh poll: 106 ବର୍ଷ ବୟସରେ 34 ଥର ପାଇଁ ଭୋଟ ଦେଲେ ସ୍ବାଧୀନ ଭାରତର ପ୍ରଥମ ଭୋଟର

author img

By

Published : Nov 2, 2022, 8:09 PM IST

34 ଥର ପାଇଁ ଭୋଟ ଦେଲେ ସ୍ବାଧୀନ ଭାରତର ପ୍ରଥମ ଶତାୟୁ ଭୋଟର ହିମାଚଳ ପ୍ରଦେଶର ଶ୍ୟାମ ଶରଣ ନେଗି (Shyam Saran Negi cast vote for 34th time)। ସ୍ବାଧୀନତା ପରେ 1951ରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ଦେଇଥିଲେ ପ୍ରଥମ ଭୋଟ । 2014 ରୁ ରହିଛନ୍ତି ରାଜ୍ୟ ନିର୍ବାଚନ ଆଇକନ । ଅଧିକ ପଢନ୍ତୁ

Himachal Pradesh poll: 34 ଥର ପାଇଁ ଭୋଟ ଦେଲେ ସ୍ବାଧୀନ ଭାରତର ପ୍ରଥମ ଶତାୟୂ ଭୋଟର

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନର୍ବାଚନରେ ଭୋଟ ଦେଇଛନ୍ତି ସ୍ବାଧୀନ ଭାରତର ପ୍ରଥମ ମତଦାତା ତଥା ଶତାୟୁ ଶ୍ୟାମ ଶରଣ ନେଗି । ଦେଶର ସ୍ବାଧୀନତା ପରବର୍ତ୍ତୀ ସମୟର ପ୍ରଥମ ଭୋଟର ଭାବେ ମାନ୍ୟତା ପାଇଥିବା 106 ବର୍ଷୀୟ ନେଗି ଆଜି ନିଜ ଜୀବନର 34ତମ ଭୋଟ ଦେଇଛନ୍ତି (Shyam Saran Negi cast vote for 34th time)। ହିମାଚଳ ପ୍ରଦେଶରେ 14ତମ ବିଧାନସଭା ନିର୍ବାଚନ ପାଇଁ 12 ତାରିଖରେ ଭୋଟିଂ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସ୍ବାଭାବିକ ମତାଦାନ ପୂର୍ବରୁ ଆଜି ପୋଷ୍ଟାଲ ବାଲାଟ ମାଧ୍ୟମରେ ଶ୍ୟାମ ଶରଣ ନେଗି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

  • Himachal Pradesh | 106-year-old Shyam Saran Negi, the first voter of Independent India, exercised his right to franchise for the 34th time for the 14th Assembly Elections through a postal ballot at his residence in Kalpa today. pic.twitter.com/ZtFtKoET5C

    — ANI (@ANI) November 2, 2022 " class="align-text-top noRightClick twitterSection" data=" ">

ହିମାଚଳ ପ୍ରଦେଶରେ ଚଳିତ ବିଧାନସଭା ନିର୍ବଚନ ପାଇଁ ନଭେମ୍ବର 12 ରେ ଭୋଟ ଗ୍ରହଣ ହେବାକୁ ଯାଉଛି । ତେବେ ଶତାଧିକ ବୟସ ଓ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଦେଶର ଏହି ପ୍ରଥମ ଭୋଟରଙ୍କୁ ପୋଲିଂ ବୁଥ ପରିବର୍ତ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା ସ୍ଥାନୀୟ ପ୍ରଶାସନ । ଆଜି ପୂର୍ବାହ୍ନରେ ସ୍ଥାନୀୟ ପ୍ରଶାସନର ଏକ ଟିମ ନେଗିଙ୍କ କଳ୍ପା ସ୍ଥିତ ବାସଭବନରେ ପହଞ୍ଚିଥିଲେ । ପୋଷ୍ଟାଲ ବାଲାଟ ପ୍ରକ୍ରିୟାରେ ନେଗି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଏହି ମତାଦାନ ପ୍ରକ୍ରିୟା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ମତାଧିକାର ସାବ୍ୟସ୍ତ ପରେ ସ୍ଥାନୀୟ ଜିଲ୍ଲାଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନେଗିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

1951 ମସିହା ସାଧାରଣ ନିର୍ବାଚନରେ ଦେଇଥିଲେ ପ୍ରଥମ ଭୋଟ:-

1917 ମସିହାରେ ଜନ୍ମିତ ଶ୍ୟାମ ଶରଣ ନେଗି ବର୍ତ୍ତମାନ 106 ବର୍ଷରେ ପାଦ ଦେଇଛନ୍ତି । ନେଗି ହେଉଛନ୍ତି ସ୍ବାଧୀନ ଭାରତର ପ୍ରଥମ ମତଦାତା । ସେ ଦେଶରେ ସ୍ବାଧୀନତା ପରବର୍ତ୍ତୀ 1951 ମସିହାରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ହୋଇଥିବା ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ନିର୍ବାଚନରେ ସେ କ୍ରମାଗତ ମତାଧିକାର ସାବ୍ୟସ୍ତ କରି ଆସିଛନ୍ତି । ଚଳିତ ବିଧାନସଭା ନିର୍ବାଚନକୁ ମିଶାଇ ସେ ଚଳିତ ଥର 34ତମ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଏବେ ସୁଦ୍ଧା 16 ସାଧାରଣ ନିର୍ବାଚନରେ ଦେଲେଣି ଭୋଟ:-

ତେବେ 1951 ରେ ପ୍ରଥମ ସାଧାରଣ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିଥିବା ନେଗି ବର୍ତ୍ତମାନ ସୁଦ୍ଧା 16 ଥର ସାଧାରଣ ନିର୍ବାଚନରେ ମତଦାତା ଭାବେ ଅଂଶଗ୍ରହଣ କରି ସାରିଲେଣି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ମଧ୍ୟ ହୋଇନାହାନ୍ତି ।

2014 ଠାରୁ ରାଜ୍ୟ ନିର୍ବାଚନ ଆଇକନ ହୋଇଛନ୍ତି ନେଗି:-

ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ମତାଧିକାର ଏକ ପ୍ରମୁଖ ସାମ୍ବିଧାନିକ ଅଧିକାର ହୋଇଥିଲେ ସୁଦ୍ଧା ସାକ୍ଷରତା ଓ ସଚେତନତାର ଅଭାବ କାରଣରୁ କିଛି ଉପାନ୍ତ ତଥା ଅନୁନ୍ନତ ଅଞ୍ଚଳରେ ମତଦାନକୁ ନେଇ ସେତେଟା ଗମ୍ଭୀରତା ମଧ୍ୟ ଦେଖିବାକୁ ମିଳିନଥାଏ । ସମାଜରେ ଏଦିଗରେ ଗୁରୁତ୍ବ ଓ ସଚେତନତା ସୃଷ୍ଟି ପାଇଁ ତାଙ୍କୁ 2014 ଠାରୁ ରାଜ୍ୟ ନିର୍ବାଚନ ଆଇକନ (state election icon) ଭାବେ ମଧ୍ୟ ହିମାଚଳ ପ୍ରଦେଶ ସରକାର ମନୋନୀତ କରିଛନ୍ତି । ପେଶାରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶ୍ୟାମ ଶରଣ ନେଗିଙ୍କୁ କେବଳ ସରକାରୀ ସ୍ତରରେ ନୁହେଁ ବରଂ ଅନେକ ସାମାଜିକ ସଂଗଠନ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.