ଗାନ୍ଧୀନଗର: ଦେଶର ପ୍ରଥମ ତ୍ରିସ୍ତରୀୟ ଫ୍ଲାଏ ଓଭର ବ୍ରିଜ ଏବଂ ରେଲୱେ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଜି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରାଯିବ । 133 କୋଟି ବ୍ୟୟ ଅଟକଳରେ ଏହି ବୃହତ୍ତମ ବ୍ରିଜ ନିର୍ମାଣ କରାଯାଇଛି । ଗୁଜୁରାଟ ରାଜ୍ୟ ବିଜେପି ସଭାପତି ସିଆର ପାଟିଲ, ନଗର ଉନ୍ନୟନ ମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଏହି ତ୍ରିସ୍ତରୀୟ ବ୍ରିଜର ଉଦଘାଟନ କରିବେ। ବହୁମୁଖୀ ବ୍ରିଜକୁ ଅତିକ୍ରମ କରୁଥିବା ସାହାରା ଗେଟର କାର୍ଯ୍ୟ ଶେଷ ହୋଇଛି ।
ଏଥିସହ ନୂତନ ଭାବେ ନିର୍ମାଣ ହୋଇଥିବା ରିଙ୍ଗ ରୋଡ ବ୍ରିଜର ମଧ୍ୟ ଆଜି ଉଦଘାଟନ ହେବ । ଏହାଦ୍ବାରା 1 କୋଟି 5 ଲକ୍ଷ ଲୋକ ଲାଭକୃତ ହେବେ । ଟ୍ରାଫିକ ଗହଳିରୁ ମୁକ୍ତ ହେବାସହ ନୂତନ ବମ୍ବେ ମାର୍କେଟ ପରିସରରେ ଜନଗହଳି ମୁକ୍ତ ହୋଇପାରିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ