ନୂଆଦିଲ୍ଲୀ: ଭାରତ କ୍ରମାଗତ ନିଜ ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଏହି କ୍ରମରେ ନୌସେନାକୁ ମିଳିବାକୁ ଯାଉଛି ଭାରତରେ ତିଆରି ହୋଇଥିବା ପ୍ରଥମ 3ଟି ନ୍ୟୁକ୍ଲିୟର ଆଟାକ ସବମରୀନ ଅର୍ଥାତ ପରମାଣୁ ଆକ୍ରମଣ କରିବାରେ ସକ୍ଷମ ବୁଡା ଜାହାଜ ।
3ଟି ନ୍ୟୁକ୍ଲିୟର ଆଟାକ ସବମରୀନର 95 ପ୍ରତିଶତ ମେଡ ଇନ ଇଣ୍ଡିଆ । ଏହା ଭାରତ ସରକାରଙ୍କ ଦେଶ ଭିତରେ ସବମରୀନ ନିର୍ମାଣର ବଡ ପଦକ୍ଷେପ । ସ୍ବଦେଶୀ ରୂପେ ନିର୍ମିତ ହେବାକୁଥିବା ପ୍ରଥମ 3 ପରମାଣୁ ଆକ୍ରମଣକାରୀ ସବମରୀନ ମଧ୍ୟରେ 95 ପ୍ରତିଶତ ମେଡ ଇନ ଇଣ୍ଡିଆ ସାମଗ୍ରୀ ରହିବ ।
ସୁରକ୍ଷା ନେଇ କ୍ୟାବିନେଟ କମିଟି 3ଟି ସବମରୀନ ନିର୍ମାଣ ପାଇଁ ପାଖାପାଖି 50 ହଜାର କୋଟି ଟଙ୍କାର ପ୍ରସ୍ତାବ ଉପରେ ବିଚାର କରୁଛି । ପରମାଣୁ ଆକ୍ରମଣ କରିବାରେ ସକ୍ଷମ ଏହି ସବମରୀନ ବିଶାଖାପାଟନମର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ପକ୍ଷରୁ ତିଆରି କରାଯାଉଛି ।