ETV Bharat / bharat

ରୋହତଙ୍ଗରେ ବର୍ଷର ପ୍ରଥମ ତୁଷାରପାତ, ମଜା ନେଉଛନ୍ତି ପର୍ଯ୍ୟଟକ

ହିମାଞ୍ଚଳ ପ୍ରଦେଶର କେତେକ ଜିଲ୍ଲାରେ ସକାଳ ଠାରୁ ହିଁ ବର୍ଷା ଜାରି ରହିଛି । ପର୍ଯ୍ୟଟନ ସ୍ଥଳ କୁଲ୍ଲୁରେ ମଧ୍ୟ ସକାଳୁ ବର୍ଷା ହେଉଛି । ରୋହତାଙ୍ଗ ଠାରେ ତୁଷାରପାତ ଆରମ୍ଭ ହୋଇଛି । ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଜମୁଛି । ଅଧିକ ପଢନ୍ତୁ...

ରୋହତାଙ୍ଗରେ ବର୍ଷର ପ୍ରଥମ ବରଫପାତ: ମଜା ନେଉଛନ୍ତି ପର୍ଯ୍ୟଟକ

author img

By

Published : Oct 17, 2021, 10:29 PM IST

ମନାଲି: ହିମାଞ୍ଚଳ ପ୍ରଦେଶକୁ ପୁନଶ୍ଚ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି । ରାଜ୍ୟର କେତେକ ଜିଲ୍ଲାରେ ସକାଳ ଠାରୁ ହିଁ ବର୍ଷା ଜାରି ରହିଛି । ପର୍ଯ୍ୟଟନ ସ୍ଥଳ କୁଲ୍ଲୁରେ ମଧ୍ୟ ସକାଳୁ ବର୍ଷା ହେଉଛି । ରୋହତାଙ୍ଗ ଠାରେ ମଧ୍ୟ ତୁଷାରପାତ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷର ପ୍ରଥମ ତୁଷାରପାତର ମଜା ନେବା ପାଇଁ ପର୍ଯ୍ୟଟକ ରୋହତଙ୍ଗ ଗସ୍ତ କରୁଛନ୍ତି ।

ରୋହତାଙ୍ଗରେ ବର୍ଷର ପ୍ରଥମ ବରଫପାତ: ମଜା ନେଉଛନ୍ତି ପର୍ଯ୍ୟଟକ

ରବିବାର ଥିବାରୁ ଏଠାକୁ ଅନେକ ପର୍ଯ୍ୟଟକ ମଧ୍ୟ ଆସୁଥିବାର ଦେଖିବାକୁ ମିଳିଛି । ସକାଳୁ ଯେଉଁ ପର୍ଯ୍ୟଟକ ମାନେ ସେଠାକୁ ବୁଲିବାକୁ ଯାଇଥିଲେ ସେମାନେ ତୁଷାରପାତର ମଜା ଉଠାଇଛନ୍ତି । ଆକାଶରୁ ବରଫର ଗୁଣ୍ଡ ପଡୁଥିବା ଦେଖି ଦର୍ଶକମାନେ ଆତ୍ମବିଭୋର ହୋଇପଡିଥିଲେ । ସେହିପରି ତୁଷାରପାତ କାରଣରୁ କୁଲ୍ଲୁର ଜଳବାୟୁ ଶୀତଳ ହୋଇପଡିବା ସହ ଶୀତବସ୍ତ୍ର ପିନ୍ଧିବାକୁ ଲୋକେ ବାଧ୍ୟ ହୋଇଛନ୍ତି ।

ଦ୍ବିପହର ପରେ ପାଗ ଖରାପ କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ରୋହତଙ୍ଗ ଗସ୍ତକୁ ବାତିଲ କରାଯାଇଛି । ପ୍ରଶାସନ କହିବା ମୁତାବକ ଯେପର୍ଯ୍ୟନ୍ତ ପାଣିପାଗ ବିଭାଗ ପରବର୍ତ୍ତୀ ସୂଚନା ଦେଇନାହିଁ ସେପର୍ଯ୍ୟନ୍ତ କାହାକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ପାଣିପାଗ ବିଭାଗ ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଲାରେ ବରଫପାତର ଚେତାବନୀ ଦେଇଛି । ଏପରି ସ୍ଥିତିରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ପାହାଡକୁ ଯିବାକୁ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.