ETV Bharat / bharat

Evacuation from Ukraine: ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲେ ୨୧୯ ଭାରତୀୟ - ୟୁକ୍ରେନରୁ ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ

ୟୁକ୍ରେନରୁ ଭାରତ ଫେରିଲା ପ୍ରଥମ ବିମାନ । ମୁମ୍ବାଇ ବିମାନବନ୍ଦରରେ 219 ଭାରତୀୟ ଛାତ୍ରଙ୍କୁ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । କହିଲେ ସମସ୍ତେ ସୁରକ୍ଷିତ ନଫେରିବା ଯାଏଁ ଅଭିଯାନ ଜାରି ରଖିବେ ଭାରତ ସରକାର । ଅଧିକ ପଢନ୍ତୁ

evacuation from Ukraine: ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲେ ୨୧୯ ଭାରତୀୟ

author img

By

Published : Feb 26, 2022, 9:34 PM IST

ମୁମ୍ବାଇ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଆଜି ଅପରାହ୍ନରେ ରୋମାନିଆର ରାଜଧାନୀ ଦେଇ 219 ଭାରତୀୟ ନାଗରିକଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଆଜି (ଶନିବାର) ସନ୍ଧ୍ୟାରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ବିମାନବନ୍ଦରରେ ଉପସ୍ଥିତ ରହି ଭାରତୀୟଙ୍କୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

ବିମାନବନ୍ଦରରେ ଭାରତୀୟଙ୍କୁ ସ୍ବାଗତ କରିବା ଅବସରରେ ମନ୍ତ୍ରୀ ଗୋଏଲ କହିଛନ୍ତି, ଭାରତୀୟ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ମିଶନ ମୋଡରେ କାର୍ଯ୍ୟ ଜାରିଛନ୍ତି । ୟୁକ୍ରେନ-ଋଷ ସଙ୍କଟ ମଧ୍ୟରେ ରାଜଧାନୀ କିବରେ ଥିବା ଭାରତୀୟଙ୍କୁ ନାଗରିକମାନଙ୍କୁ ଦୂତାବାସ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସିଛି । ବୈଦେଶିକ ମନ୍ତ୍ରଣାଳୟ ସହ ନିରବଚ୍ଛିନ୍ନ ଯୋଗାଯୋଗରେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିବାକୁ ଚେଷ୍ଟା ଜାରି ରହିଛି । ଏବେ ସୁଦ୍ଧା ସେଠାରେ ଥିବା ଭାରତୀୟଙ୍କୁ ସୀମାବର୍ତ୍ତୀ ଅଞ୍ଚଳକୁ ନଯାଇ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ମଧ୍ୟ ଜାରି କରାଯାଇଛି ।

ସେହିପରି ଗୋଏଲ ଆହୁରି ମଧ୍ୟ କହିଛନ୍ତି ଏହା ପ୍ରଥମ ବ୍ୟାଚ ଥିଲା, ଦ୍ୱିତୀୟଟି ଖୁବ୍ ଶୀଘ୍ର ଦିଲ୍ଲୀରେ ପହଞ୍ଚିବାକୁ ଯାଉଛି । ସେଠାରେ ଫସିଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ନସରିବା ଯାଏଁ ଭାରତ ସରକାରଙ୍କ ଏହି ମିଶନ ବନ୍ଦ ହେବ ନାହିଁ ।

ସେହିପରି ଫେରିଥିବା ଛାତ୍ରଛାତ୍ରୀ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ସ୍ବଦେଶ ଫେରିବାକୁ ବ୍ୟବସ୍ଥା କରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେଠାରେ ଭୟ ଓ ଆତଙ୍କ ଲାଗି ରହିଥିଲା, କିନ୍ତୁ ସେମାନେ ଭାରତ ଫେରିବେ ବୋଲି ବେଶ୍ ଆଶାବାଦୀ ଥିଲେ । ଶେଷରେ ସେମାନେ ଭାରତରେ ପହଞ୍ଚି ବେଶ୍ ଖୁସି ବୋଲି ମତବ୍ୟକ୍ତ କରିଥିଲେ ।

ସେହିପରି ଯୁଦ୍ଧ ଆରମ୍ଭ ହେବା ପରେ ଏହା ୟୁକ୍ରେନରୁ ଭାରତକୁ ପ୍ରଥମ ବିମାନ ଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୟୁକ୍ରେନର ପଡୋଶୀ ଦେଶ ରୋମାନିଆ ଦେଇ ପ୍ରଥମ ବିମାନ ୨୧୯ ଭାରତୀୟଙ୍କୁ ଧରି ମୁମ୍ବାଇରେ ପହଞ୍ଚିଛି । ଆଗକୁ ମଧ୍ୟ ସମସ୍ତଙ୍କୁ ଉଦ୍ଧାର କରାଯିବା ସହ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଇବାକୁ ଭାରତ ସରକାରଙ୍କ ପକ୍ଷରୁ ଅଭିଯାନ ଜାରି ରହିଥିବା ବିମାନବନ୍ଦରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ପୀୟୁଷ ଗୋଏଲ ।

ତେବେ କିବରେ ଥିବା ଭାରତୀୟ ଦୂତାବାସରେ ହୋଇଥିବା ପଞ୍ଜୀକରଣ ତଥ୍ୟ ଆଧାରରେ ୟୁକ୍ରେନରେ ମୋଟ ୨୦ ହଜାର ଭାରତୀୟ ଥିବା ସୂଚନା ରହିଛି । ସେମାନଙ୍କୁ ମଧ୍ୟରୁ ୪ ହଜାର ସ୍ବଦେଶ ଫେରିସାରିଥିବା ବିଦେଶ ମନ୍ତ୍ରଣାଳୟ ସଚିବ ଡ.ଶ୍ରୀଙ୍ଗଲା ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.