ETV Bharat / bharat

ତେଲ ଟ୍ୟାଙ୍କର ଟ୍ରେନରେ ନିଆଁ, ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା

author img

By

Published : Aug 16, 2023, 11:05 PM IST

ଜମାଲପୁରର ଷ୍ଟେସନର ଦେଇ ଯାଉଥିବା ତେଲ ଟ୍ୟାଙ୍କର ଟ୍ରେନରେ ଲାଗିଲା ନିଆଁ । ଏହାପରେ ଆରପିଏଫ୍ ତୁରନ୍ତ ଗାଡିର ଡ୍ରାଇଭରଙ୍କୁ ସୂଚନା ଦେଇ ପ୍ଲାଟଫର୍ମରେ ଟ୍ରେନକୁ ଆଟକାଇ ନିଆଁ ଲିଭାଇବା ଆରମ୍ଭ କରିଥିଲା । ଅଧିକ ପଢନ୍ତୁ

ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା
ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା

ପାଟଣା: ବିହାର ମୁଙ୍ଗେର ଜିଲ୍ଲାର ଜମାଲପୁର ରେଲୱେ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ଟଳିଯାଇଛି । ପୂର୍ବ ରେଳର ମାଲଦା ଡିଭିଜନ ଅଧୀନରେ ଥିବା ଜମାଲପୁରର ଷ୍ଟେସନର 1 ନମ୍ବର ପ୍ଲାଟଫ୍ରମ୍ ଦେଇ ଯାଉଥିବା ତେଲ ଟ୍ୟାଙ୍କର ଟ୍ରେନରେ ନିଆଁ ଲାଗିଯାଇଥିଲା । ଏହାଦେଖି ପ୍ଲାଟଫର୍ମରେ ଉପସ୍ଥିତ ଯାତ୍ରୀମାନେ ଚିତ୍କାର କରିବାକୁ ଆରମ୍ଭ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଷ୍ଟେସନ ମାଷ୍ଟର ଗାଡି ଅଟକାଇବା ସିଗନାଲ ଦେଇଥିଲେ । ଏହାପରେ ଆରପିଏଫ୍ ତୁରନ୍ତ ଗାଡିର ଡ୍ରାଇଭରଙ୍କୁ ସୂଚନା ଦେଇ ପ୍ଲାଟଫର୍ମରେ ଟ୍ରେନକୁ ଆଟକାଇ ନିଆଁ ଲିଭାଇବା ଆରମ୍ଭ କରିଥିଲା ।

ସୂଚନା ଅନୁଯାୟୀ, ଅଶୋଧିତ ତେଲରେ ଭର୍ତ୍ତି ହୋଇଥିବା 52 ଟ୍ୟାଙ୍କର ବଗିର ମଧ୍ୟରୁ ଏକ ତେଲ ଟ୍ୟାଙ୍କରେ ନିଆଁ ଲାଗିଯାଇଥିଲା । ନିଆଁକୁ ଦେଖି ପ୍ଲାଟଫର୍ମରେ କାର୍ଯ୍ୟ କରୁଥିବା ୱାଗନ୍ ବିଭାଗର ଦୁଇ ରେଳ କର୍ମଚାରୀ ଶ୍ରାବଣ କୁମାର ଏବଂ ଦୟା ଶଙ୍କର ଟ୍ରେନ ଡ୍ରାଇଭଙ୍କୁ ତୁରନ୍ତି ସୂଚନା ଦେଇଥିଲେ । ଏହାପରେ ଷ୍ଟେସନ ମାଷ୍ଟର, ଆରପିଏଫର ଏକ ଟିମ୍ ନିଆଁକୁ ଆୟତ୍ତ କରିବା ସହ ରେଳବିଭାଗର ଥିବା ସ୍ବତନ୍ତ୍ର ଅଗ୍ନିଶମ ବାହୀନିକୁ ସୂଚନା ପ୍ରଦାନ କରିଥିଲେ । ଅଗ୍ନିଶମ ବାହୀନି ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗି ପଡିଥିଲେ । ଏହି ସମୟରେ ଆରପିଏଫ୍ ଟିମ ପ୍ଲାଟଫର୍ମରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । କାରଣ ତେଲ ଟ୍ୟାଙ୍କରରେ ବ୍ଳାଷ୍ଟ ହେଲେ ଷ୍ଟେସନର ଅଧିକାଂଶ ସ୍ଥାନର ଏହିର ପ୍ରଭାବ ପଡିଥାନ୍ତା । ତେଣୁ ସମସ୍ତ ଯାତ୍ରୀଙ୍କୁ ଷ୍ଟେସନରୁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଥିଲା । ଷ୍ଟେସନ ମାଷ୍ଟର ସମସ୍ତ ଟ୍ରେନକୁ କିଛି ସମୟ ପାଇଁ ବତିଲ କରିଥିଲେ । ପ୍ରାୟ 3 ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଟ୍ରେନକୁ ବାତିଲ କରାଯାଇଥିଲା ।

ଅଧିକ ପଢନ୍ତୁ: ପାହାଡ଼ରୁ ପଥର ଖସି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଲୱେ କର୍ମଚାରୀ ସୁରକ୍ଷିତ

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀର ଚାରିଟି ଗାଡି ଏବଂ 12ରୁ ଅଧିକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ । ପ୍ରାୟ 3 ଘଣ୍ଟାର ପରିଶ୍ରମ ପରେ ତେଲ ଟାଙ୍କିରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା । ଟାଙ୍କିରୁ ନିଆଁ ଲିଭାଇବା ପରେ ସେହି ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା । ଠିକ୍ ସମୟରେ ନିଆଁକୁ ଅୟତ୍ତ କରିବା ଦ୍ବାରା ଏକ ବଡ ବିପତ୍ତି ଟଳିଯାଇଥିବା ଆଗ୍ନିଶମ ବିହୀନି ଅଧିକାରୀ ପ୍ରକାଶ କରିଛନ୍ତି । ସ୍ଥିତ ସ୍ଥିର ହେବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ଥିବା ଷ୍ଟେସନ ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.