ETV Bharat / bharat

Fire Incident: ପୁରୀ ଆସୁଥିବା ଗାନ୍ଧୀଧାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଉଦ୍ଧାରକାର୍ଯ୍ୟ ଜାରି

author img

By

Published : Jan 29, 2022, 12:29 PM IST

ମହାରାଷ୍ଟ୍ର ନନ୍ଦୁରବାର ରେଲୱେ ଷ୍ଟେସନରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ

Fire Incident: ପୁରୀ ଆସୁଥିବା ଗାନ୍ଧିଧାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଉଦ୍ଧାରକାର୍ଯ୍ୟ ଜାରି

ମୁମ୍ବାଇ: ମହାରାଷ୍ଟ୍ରର ନନ୍ଦୁରବାର ରେଳଷ୍ଟେସନରେ ଗାନ୍ଧିଧାମ ଏକ୍ସପ୍ରେସରେ ଘଟିଛି ଅଗ୍ନିକାଣ୍ଡ । ଦିନ ପ୍ରାୟ ୧୦ଟା ୪୫ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାତ୍ରୀମାନଙ୍କ ମୃତାହତ ନେଇ କୌଣସି ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ପୁରୀ ଆସୁଥିବା ଗାନ୍ଧୀଧାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଉଦ୍ଧାରକାର୍ଯ୍ୟ ଜାରି

ଏହି ଟ୍ରେନ ପୁରୀ ଯାଉଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ରେଲୱେ ଷ୍ଟେସନରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିକାଣ୍ଡ ଘଟିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ସେପଟେ କିଛି ଯାତ୍ରୀ ଟ୍ରେନରୁ ବାହାରକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ଏହା ବି ପଢନ୍ତୁ: Uttarakhand Polls: ୭୦ ଆସନ ପାଇଁ ନାମାଙ୍କନ ଭରିଲେ ୭୫୫ ପ୍ରାର୍ଥୀ

ମୁମ୍ବାଇରୁ ଉତ୍ତରପଶ୍ଚିମ ୪୫୦ କିଲୋମିଟର ଦୂର ଗଲା ପରେ ଟ୍ରେନରେ ହଠାତ ନିଆଁ ଲାଗିଯାଇଥିଲା । ଅନ୍ୟପଟେ କୌଣସି ଯାତ୍ରୀଙ୍କ ମୃତାହତ କିମ୍ବା କ୍ଷୟକ୍ଷତିର ଆକଳନ କରାଯାଇନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଉଦ୍ଧାରକାରୀ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.