ETV Bharat / bharat

ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡରେ ଆଖି ବୁଜିଲେ 5 - ପୁଣେ ସେରମ ଇନଷ୍ଟିଚ୍ଯୁଟ ଅଫ ଇଣ୍ଡିଆ

ପୁଣେ ସେରମ ଇନଷ୍ଟିଚ୍ଯୁଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ

author img

By

Published : Jan 21, 2021, 3:09 PM IST

Updated : Jan 21, 2021, 8:00 PM IST

15:04 January 21

ପୁଣେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ, 5 ମୃତ

ପୁଣେ ସେରମ ଇନଷ୍ଟିଚ୍ଯୁଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ

ପୁଣେ:ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି । ଇନଷ୍ଟିଚ୍ୟୁଟର 1 ନମ୍ବର ଟର୍ମିଲାଲ ଗେଟରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଦମକଳଗାଡି ପହଞ୍ଚିସାରିଛି । ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । କୋଭିସିଲ୍ଡର ଟିକା ପ୍ରସ୍ତୁତ କରୁଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ତେବେ ଏହି ଅଗ୍ନିକାଣ୍ଡରେ 5ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।  

ପୁଣେର ମଞ୍ଜରୀ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । 300 କୋଟି ଟଙ୍କା ଖର୍ଚ୍ଚରେ ତିଆରି ଏହି ପ୍ଲାଣ୍ଟରେ କୋରୋନା ଭ୍ୟାକ୍ସିନ କୋଭିସିଲ୍ଡର ଉତ୍ପାଦ ଉପରେ ଯୋଜନା ରହିଛି । ଗତ ବର୍ଷ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଏହି ପ୍ଲାଣ୍ଟର ଉଦଘାଟନ କରିଥିଲେ । ହେଲେ ଏବେ ଏହି ପ୍ଲାଣ୍ଟରେ ଭ୍ୟାକ୍ସିନ ପ୍ରସ୍ତୁତି ଆରମ୍ଭ ହୋଇନାହିଁ ।

ଘଟଣାସ୍ଥଳରେ ଦମକଳବାହିନୀର 10ଟି ଗାଡି ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନସୁଦ୍ଧା ଖବର ଅନୁଯାୟୀ ନିଆଁ ଆୟତ୍ତ ହୋଇପାରିନାହିଁ । ନିଆଁ ଲାଗିବାର କାରଣ ଓ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଦୂରରୁ ହିଁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । 5 ମହଲା ବିଶିଷ୍ଟ ଏହି ପ୍ଲାଣ୍ଟରେ କୋଭିସିଲ୍ଡ ଉତ୍ପାଦନ କିଛିଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ।

ସେପଟେ ଘଟଣାସ୍ଥଳରେ କେତେଜଣ ଫସିରହିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଉଦ୍ଧାର ପାଇଁ ଗୋଟିଏ ଏନଡିଆରଏଫ ଟିମ ପହଞ୍ଚିଛି । ଭ୍ୟାକ୍ସିନ ପ୍ରସ୍ତୁତ ହେଉଥିବା ପ୍ଲାଣ୍ଟକୁ କୌଣସି କ୍ଷତି ପହଞ୍ଚିନାହିଁ । ଘଟଣାକୁ ନେଇ ପୁଣେ ମ୍ୟୁନିସିପାଲ କମିସନରଙ୍କ ସହ ସମ୍ପର୍କରେ ଅଛନ୍ତି । 

ଅଗ୍ନିଶମବାହିନୀ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ଲାଣ୍ଟରେ 4 ଜଣ ଫସିରହିଥିଲେ । 3 ଜଣଙ୍କୁ ଉଦ୍ଧାର କରାଯାଇସାରିଛି । ସେପଟେ ଅଗ୍ନିକାଣ୍ଡ ଘଟଣାକୁ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଅଦାର ପୁନାୱାଲାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତେବେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ଉପରେ ଫୋକସ ରହିଥିବା ପୁନାୱାଲା କହିଛନ୍ତି । 

Last Updated : Jan 21, 2021, 8:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.