ETV Bharat / bharat

ନାଗପୁର କୋଭିଡ ହସପିଟାଲରେ ଅଗ୍ନିକାଣ୍ତ: 4ମୃତ, ଅନେକ ଆହତ - Nagpur's Covid hospital

ନାଗପୁର କୋଭିଡ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ । 4 ଜଣଙ୍କର ମୃତ୍ୟୁ ,ଏକାଧିକ ଆହତ । ଅଧିକ ପଢନ୍ତୁ...

Fire at Nagpur's Covid hospital, 3 dead, several injured
କୋଭିଡ ହସପିଟାଲରେ ଅଗ୍ନିକାଣ୍ତ, 4ମୃତ
author img

By

Published : Apr 10, 2021, 6:56 AM IST

ମୁମ୍ବାଇ: ମହାରାଷ୍ଟ୍ର ନାଗପୁରରେ ଥିବା କୋଭିଡ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏହାସହ 27 ଜଣ ରୋଗୀଙ୍କୁ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ନାଗପୁରର ଅମରାବତୀ ରୋଡରେ ଥିବା ଏକ କୋଭିଡ ହସପିଟାଲରେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା । ନିଆଁ ଲାଗିଥିବା ଦେଖି ମେଡିକାଲ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଗୀଙ୍କୁ ଉଦ୍ଧାର କରିଥିଲେ । ଗତ 26 ମାର୍ଚ୍ଚରେ ମଧ୍ୟ ମୁମ୍ବାଇର ଏକ କୋଭିଡ ହସପିଟାଲରେ ନିଆଁ ଲାଗି 10 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.