ETV Bharat / bharat

ସାମାଜିକ କର୍ମୀ ମେଧା ପାଟକର ନାମରେ ମାମଲା

author img

By

Published : Jul 11, 2022, 11:03 AM IST

Updated : Jul 11, 2022, 11:11 AM IST

ଜାତୀୟ ସ୍ତରର ସାମାଜିକ ଅଧିକାର କର୍ମୀ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟକରଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଅଧିକ ପଢନ୍ତୁ

ସାମାଜିକ କର୍ମୀ ମେଧା ପାଟକର ନାମରେ ମାମଲା
ସାମାଜିକ କର୍ମୀ ମେଧା ପାଟକର ନାମରେ ମାମଲା

ଭେପାଳ: ଜାତୀୟ ସ୍ତରର ସାମାଜିକ ଅଧିକାର କର୍ମୀ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟକରଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ମଧ୍ୟପ୍ରଦେଶ ବଡବାନି କୋତବାଲି ପୋଲିସ ମେଧା ପାଟକରଙ୍କ ସମେତ 11 ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ମେଧା ପାଟକରଙ୍କ ନାମରେ 13.5 କୋଟି ଟଙ୍କା ଡୋନେସନର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ପୋଲିସ ଅଧୀକ୍ଷକ ଦୀପକ ଶୁକ୍ଳା କହିଛନ୍ତି ରାୟପୁର ଥାନା ଅଞ୍ଚଳ ପ୍ରିତମ ରାଜ ବାଦୋଲ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶର ଆଦିବାସୀ ପିଲାଙ୍କୁ ଶିକ୍ଷା ଓ ରହିବା ବ୍ୟବସ୍ଥାରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ପ୍ରିତମ । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ନର୍ମଦା ନଭିନିରମାନ ଅଭିଯାନ ଟ୍ରଷ୍ଟ ଗତ 14 ବର୍ଷରେ 13 କୋଟି ଟଙ୍କା ସଂଗ୍ରହ କରିଛି । ଏହା 1.5 କୋଟିରୁ ଅଧିକ ଟଙ୍କାର ହିସାବ ନାହିଁ । ଟ୍ରଷ୍ଟର 10ଟି ବ୍ୟାଙ୍କ ଆକାଉଣ୍ଟରୁ 4 କୋଟିରୁ ଅଧିକ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ମୋଟ 12 ଜଣଙ୍କ ନାମରେ ଆଇପିସି ଧାରା 420ରେ ମାମଲା ଦାୟର ହୋଇଛି ।

ସିଏସଆର ରାଶିର ଦୂରପୋଯୋଗ, ନର୍ମଦା ନିବନିର୍ମାଣ 3 ଖାତାରୁ 1.69 କୋଟି ଟଙ୍କା ନଗଦ ଉଠାଯାଇଥିବା, ଅଡିଟି ରିପୋର୍ଟ, ଜମାଖାତା ବିବରଣୀ ଅସ୍ପଷ୍ଟ ରହିଛି । ମେଧା ପାଟକର ତାଙ୍କ ବାର୍ଷିକ ଆୟ 6 ହଜାର କହିଥିବା ବେଳେ ବର୍ଷ 2007 ଓ 20-222ରେ ତାଙ୍କ ଖାତାରେ 19 ଲକ୍ଷ 25 ହଜାର 711 ଟଙ୍କା ଜମା ହୋଇଛି । ଟ୍ରଷ୍ଟକୁ ମିଳୁଥିବା ଅର୍ଥରାଶିକୁ ରାଜନୈତିକ ଓ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ନେଇ ମେଧା ପାଟକରଙ୍କ ପ୍ରତିକ୍ରିୟା...

  • ଅଭିଯୋଗ ନେଇ ତାଙ୍କୁ କୌଣସି ସୂଚନା ମିଳିନଥିବା କହିଛନ୍ତି । ଅତୀତରେ ଏଭଳି ଅଭିଯୋଗ ଆସିଛି ଏବଂ ଆୟ ଏବଂ ବ୍ୟୟ ସହ ଜଡିତ ଆମର ସମସ୍ତ ଡକ୍ୟୁମେଣ୍ଟ ଏବଂ ଅଡିଟ୍ ଉପଲବ୍ଧ ଅଛି । ସେ କହିଛନ୍ତି ଯେ ବିସ୍ଥାପିତ ପିଲାମାନଙ୍କର ଅଧ୍ୟୟନ ପାଇଁ ଜୀବନ ଶାଲାସ୍ 30 ବର୍ଷ ଧରି ଚାଲି ଆସୁଛି । ଲକଡାଉନ ସମୟରେ ଏହା ବନ୍ଦ ରହିଥିବା, କିନ୍ତୁ ବର୍ତ୍ତମାନ ପୁଣି ଆରମ୍ଭ ହୋଇଛି ।
  • ସେ କହିଛନ୍ତି ଯେ ନିମାଡ କୃଷକମାନେ ମଧ୍ୟ ଜୀବନ ଶାଲାସରେ ଖାଦ୍ୟ ଶସ୍ୟ ଯୋଗାଉଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଜୀବନ ଶାଲାସ ପାଇଁ ଆସୁଥିବା ସାହାଯ୍ୟ ସେଥିରେ ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ଶିକ୍ଷା, ସ୍ବାସ୍ଥ୍ୟ ଇତ୍ୟାଦିରେ ମଧ୍ୟ ଏହି ରାଶି ଖର୍ଚ୍ଚ ହେଉଛି।
  • ତାଙ୍କର ବାର୍ଷିକ ଆୟ 6 ହଜାର ଟଙ୍କା ବିଷୟରେ କହିଥିଲେ ଏବଂ ତାଙ୍କ ଆକାଉଣ୍ଟରେ 19 ଲକ୍ଷରୁ ଅଧିକ ଟଙ୍କା ପାଇଥିଲେ ଯେ ସେ ନିଜେ ଏହି ଆକାଉଣ୍ଟକୁ ପରିଚାଳନା କରୁନାହାଁନ୍ତି । ଏହା ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ । ଆମେ ଲୋକଙ୍କ ସେବାରେ ଏହି ଅର୍ଥରାଶି ବ୍ୟବହାର କରିଥାଉ ଆମେ ସିଏସଆର ଫଣ୍ଡ ଗ୍ରହଣ କରୁନାହିଁ । ଏହା କେବଳ ଥରେ ଗ୍ରହଣ କରିଥିଲୁ ।

Last Updated : Jul 11, 2022, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.