ETV Bharat / bharat

Child Porn Case: ଟ୍ବିଟର ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ - Twitter child sexual abuse

ଶିଶୁଙ୍କ ସହ ସମ୍ବନ୍ଧିତ ଅଶ୍ଳୀଳ କନଟେଣ୍ଟ ସେୟାର କରିବା ମାମଲାରେ ଟ୍ବିଟର ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

Child Porn Case: ଟ୍ବିଟର ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

author img

By

Published : Jun 29, 2021, 9:01 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହ ଟଣାଓଟରା ମଧ୍ୟରେ ଟ୍ବିଟର ବିରୋଧରେ ଦିଲ୍ଲୀ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ଶିଶୁଙ୍କ ସହ ସମ୍ବନ୍ଧିତ ଅଶ୍ଳୀଳ କନଟେଣ୍ଟ ସେୟାର କରିବା ମାମଲାରେ ଟ୍ବିଟର ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।

ଶିଶୁଙ୍କ ସମ୍ବନ୍ଧିତ ଅଶ୍ଳୀଳ କନଟେଣ୍ଟ କ୍ରମାଗତ ଟ୍ବିଟରରେ ସେୟାର ହେଉଥିବା ଅଭିଯୋଗ ହେଉଛି । ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ(NCPCR)ର ଅଭିଯୋଗ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି ।

ଏହି ମାଲାରେ ଦୁଇଟି ଚିଠି ସାଇବର ସେଲ ଓ ଦିଲ୍ଲୀ ପୋଲିସ କମିଶନରକୁ ଲେଖାଯାଇଥିଲା । ସାଇବର ସେଲ ଡିସିପିଙ୍କୁ 29 ଜୁନରେ ହାଜର ହେବାକୁ ଆଦେଶ ଦେଇଥିଲେ ଏନସିପିସିଆର । ଏହାପରେ ଦିଲ୍ଲୀ ପୋଲିସର ସାଇବର ସେଲ ଟ୍ବିଟର ବିରୋଧରେ ପୋକ୍ସୋ ଆଇନ ଓ ଆଇଟି ଆଇନ ଆଧାରରେ ମାମଲା ରୁଜୁ କରିଛି ।

ଟ୍ବିଟର ସହ ଏବେ କେନ୍ଦ୍ର ସରକାରଙ୍କ ବିବାଦ ବଢିଚାଲିଛି । ନୂଆ ଆଇଟି ନିୟମକୁ ପାଳନ କରିବାକୁ ଟ୍ବିଟର ନାରାଜ ଥିବାବେଳେ ଏହାର ଅନୁପାଳନ ପାଇଁ କ୍ରମାଗତ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଉପରେ ପଡୁଛି କେନ୍ଦ୍ରର ଚାପ । ଗାଜିୟାବାଦରେ ବୃଦ୍ଧଙ୍କୁ ମାଡର ଭାଇରାଲ ଭିଡିଓ ଘଟଣା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.