ETV Bharat / bharat

Prophet Row: ନୂପୁର ଶର୍ମାଙ୍କ ସମେତ ଅନେକଙ୍କ ନାମରେ ମାମଲା ରୁଜୁ - ନୂପୁର ଶର୍ମାଙ୍କ ନାମରେ ମାମଲା

ଢିଲା ନୂପୁର ଶର୍ମାଙ୍କ ଅଡୁଆ । କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ଅନେକଙ୍କ ନାଁରେ ମାମଲା ରୁଜୁ । ଅଧିକ ପଢନ୍ତୁ

ନୂପୁର ଶର୍ମାଙ୍କ ନାମରେ ମାମଲା ରୁଜ୍ଜୁ
ନୂପୁର ଶର୍ମାଙ୍କ ନାମରେ ମାମଲା ରୁଜ୍ଜୁ
author img

By

Published : Jun 9, 2022, 12:26 PM IST

ନୂଆଦିଲ୍ଲୀ: ବଢିଲା ନୂପୁର ଶର୍ମାଙ୍କ ଅଡୁଆ । କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ଅନେକଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍ ସେଲ୍‌ର ସାଇବର ୟୁନିଟ୍‌।

ଭିନ୍ନ ଭିନ୍ନ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଥିବା ଅଭିଯୋଗରେ ଏହି 8 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନୂପୁରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେମାନେ ହେଉଛନ୍ତି, ବିଜେପିରୁ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲ, ଲେଖିକା ସବା ନକିବ, ଶାଦବ ଚୌହାନ, ରାଜସ୍ଥାନର ମୌଲାନା ମୁଫ୍‌ତୀ ନଦୀମ ଓ ପୂଜା ଶକୁନ । ସମସ୍ତଙ୍କ ନାମରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଏମାନଙ୍କ ନାମରେ ଲୋକଙ୍କ ଭାବନାକୁ କଷ୍ଟ ପହଞ୍ଚାଇଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଏକ ମାମଲାରେ ମିଡିଆର ବ୍ୟବହାର କରିଥିବା କିଛି ଲୋକଙ୍କ ବିରୋଧରେ ହୋଇଛି । ସେଥିରେ ଭାଜପାରୁ ବହିଷ୍କୃତ ହୋଇଥିବା ନୂପୁର ଶର୍ମାଙ୍କୁ ଅଭିଯୁକ୍ତ ବୋଲି କୁହାଯାଇଛି ।

ପ୍ରକାଶ ଥାଉ କି, ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହା ପରେ ସେ ବିବାଦରେ ପଡିଥିଲେ । ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.