ETV Bharat / bharat

2022-23 Budget ପୂର୍ବରୁ ଆଜି ବିଭିନ୍ନ ବିଭାଗର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ

author img

By

Published : Dec 17, 2021, 8:44 AM IST

2022-23 ବଜେଟ(Budget) ପୂର୍ବରୁ ଆଜି(ଶୁକ୍ରବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman) ବିଭିନ୍ନ ସେକ୍ଟରରେ ଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଅଧିକ ପଢନ୍ତୁ

2022-23 Budget ପୂର୍ବରୁ ଆଜି ବିଭିନ୍ନ ବିଭାଗର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ
2022-23 Budget ପୂର୍ବରୁ ଆଜି ବିଭିନ୍ନ ବିଭାଗର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: 2022-23 ବଜେଟ୍(Budget) ପୂର୍ବ ବିଚାର ବିମର୍ଶର ଏକ ଅଂଶ ଭାବରେ ଆଜି(ଶୁକ୍ରବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman) ବିଭିନ୍ନ ସେକ୍ଟରରେ ଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ ।

ଏଥିସହ ସେ ମଧ୍ୟ ସେବା, ବାଣିଜ୍ୟ କ୍ଷେତ୍ର ବିଶେଷଜ୍ଞମାନଙ୍କ ସହ ପୂର୍ବାହ୍ନରେ ଆଲୋଚନା ପରେ ମଧ୍ୟାହ୍ନରେ ଶିଳ୍ପ, ଭିତ୍ତିଭୂମି ଏବଂ ଏବଂ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଏହା ମୋଦି 2.0 ସରକାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଚତୁର୍ଥ ବଜେଟ୍ ହେବ । COVID-19 ମହାମାରୀ କାରଣରୁ ଅର୍ଥନୀତି କ୍ଷେତ୍ରରେ ବିଶେଷ ପ୍ରଭାବ ପଡିଛି । ଏହାର ପୁନରୁଦ୍ଧାର କ୍ଷେତ୍ରରେ ଚଳିତ ବଜେଟରେ ବିଶେଷ ଦୃଷ୍ଟି ।

ଏହି ଆର୍ଥିକ ବର୍ଷର ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ହେବ ବୋଲି ଆଶା କରାଯାଉଛି । RBI ଏହାର ସର୍ବଶେଷ ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷାରେ GDP ଅଭିବୃଦ୍ଧି 2021-22 ରେ 9.5 ପ୍ରତିଶତ ଧାର୍ଯ୍ୟ କରିଛି । ମୋଟ ଘରୋଇ ଉତ୍ପାଦ (GDP) ର 6.8 ପ୍ରତିଶତ ଆର୍ଥିକ ନିଅଣ୍ଟକୁ ସରକାର ଆକଳନ କରିଛନ୍ତି । ସୂଚନା ଅନୁଯାୟୀ, 2022-23 ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଥିବା ହିତାଧିକାରୀମାନଙ୍କ ସହ ପ୍ରି-ବଜେଟ ଆଲୋଚନା କରୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.