ETV Bharat / bharat

ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲେ ସ୍ବାମୀ, ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ କଲେ ଆଲିଙ୍ଗନ - ଅଭାବନୀୟ ଘଟଣା

ବିିରିୟାନୀ ପାଇଁ ଦମ୍ପତ୍ତି ମୃତ । ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ସ୍ବାମୀ । ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ ଆଲିଙ୍ଗନ କରିବାରୁ ନିଆଁରେ ପୋଡ଼ି ଭଭୟଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

Fight for Biryani Husband set fire on wife both died
ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲେ ସ୍ବାମୀ, ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ କଲେ ଆଲିଙ୍ଗନ
author img

By

Published : Nov 9, 2022, 3:09 PM IST

ଚେନ୍ନାଇ: ବିିରିୟାନୀ ପାଇଁ ଦମ୍ପତ୍ତି ମୃତ । ସ୍ତ୍ରୀକୁ ବିରିୟାନୀ ନଦେଇ ଏକା ଖାଇଦେଲେ ସ୍ବାମୀ। ସ୍ତ୍ରୀ ଝଗଡ଼ା କରିବାରୁ ରାଗିଯାଇ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଲେ । ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ କୁଣ୍ଢାଇ ପକାଇବାରୁ ନିଆଁରେ ପୋଡି ଭଭୟଙ୍କ ମୃତ୍ୟୁ ଘଟିଛି । ତାମିଲନାଡୁର ଚେନ୍ନାଇରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବୃଦ୍ଧ ଦମ୍ପତି କରୁଣାକରନ ଓ ପଦ୍ମାବତୀ ଚେନ୍ନାଇ ସ୍ଥିତ ଆୟାନାଭରମରେ ରହୁଥିଲେ । ତାଙ୍କର 4ଟି ସନ୍ତାନ ଥିବାବେଳେ ବିବାହିତ ହୋଇ ଅନ୍ୟତ୍ର ରହୁଛନ୍ତି । ବୃଦ୍ଧାବସ୍ଥା ହେତୁ ଦୁହେଁ ମାନସିକ ବିକାରଗସ୍ତ ଅଟନ୍ତି । ସବୁବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଗତ 7 ତାରିଖ ଦିନ କରୁଣାକରନ ବିରିୟାନୀ ଆଣି ଘରେ ଏକାକୀ ଖାଇଥିଲେ । ଏନେଇ ସ୍ତ୍ରୀ ପଚାରିବାରୁ ସେ ରାଗିଯାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ସ୍ବାମୀ ରାଗିଯାଇ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ପତ୍ନୀ ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ ଆଲିଙ୍ଗନ କରିବାରୁ ଦୁହେଁ ଗୁରୁତର ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଛେଳିଛୁଆଙ୍କ ଜନ୍ମଦିନ ପାଳିତ: ବାଜିଲା ଡିଜେ, ଜମିଲା ଭୋଜିର ଆସର

ଘରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ସେଠାରେ ପହଞ୍ଚିଥିଲେ । ଏହାପରେ ପାଣି ଢାଳି ନିଆଁକୁ ଆୟତ୍ତ କରି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଆୟାନଭାରମ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ନେଇ ପୋଲିସ ଏକ ମାମାଲା ରୁଜୁ କରି ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.