ETV Bharat / bharat

ରାଜଧାନୀରେ ବେକାବୁ କୋରୋନା; ସ୍ଥିତି ପରଖିବେ ସ୍ବାସ୍ଥ୍ୟମନ୍ତ୍ରୀ - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ

କିଛି ଦିନ ଭିତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସୁବିଧାର ଆକଳନ କରିବେ । ଅଧିକ ପଢନ୍ତୁ...

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ

author img

By

Published : Apr 16, 2021, 2:05 PM IST

ନୂଆଦିଲ୍ଲୀ: ଦ୍ବିତୀୟ ଲହର କୋପରେ ଦେଶରେ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ । ଏ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ । ଆସନ୍ତା କିଛି ଦିନ ଭିତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସୁବିଧାର ଆକଳନ କରିବେ ।

ଆଜି ଏମ୍ସ ପରିଦର୍ଶନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ । ତାଙ୍କ ସହିତ ଏମ୍ସର ନିର୍ଦ୍ଦେଶକ ଡ. ରନଦୀପ ଗୁଲେରିଆ ଓ ହସ୍ପିଟାଲର ଅନ୍ୟାନ୍ୟ ଡାକ୍ତର ଉପସ୍ଥିତ ଥିଲେ । ଦେଶରେ ସଂକ୍ରମଣ ବୃଦ୍ଧି ପାଉଛି । ଏ ନେଇ ଆମେ ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିବା ସହିତ ଆଗାମୀ ପରିସ୍ଥିତିରେ ଡାକ୍ତର ଓ ଅନ୍ୟାନ୍ୟ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ସେ ଆହୁରୀ କହିଛନ୍ତି ଦେଶରେ କୋରୋନା ପାଇଁ 20ଲକ୍ଷ ବେଡ ପ୍ରସ୍ତୁତ କରାଯାଇଛି । ପିପିଇ କିଟ,ଏନ 95 ମାସ୍କ, ପରୀକ୍ଷା ପାଇଁ ଲ୍ୟାବ ଓ ଟେଷ୍ଟିଙ୍ଗ କିଟ ଏବଂ ବର୍ତ୍ତମାନ ଭ୍ଯାକ୍ସିନ ପ୍ରସ୍ତୁତ କରାଯାଇଛି । କୋରୋନା ବିରୋଧରେ ଲଢେଇ ପାଇଁ ଡାକ୍ତରମାନେ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି ଯାହା ଆଗକୁ ଆମକୁ ଶକ୍ତିଶାଳୀ କରିବ ବୋଲି ଆମେ ଅନୁମାନ କରି ପାରୁଛୁ ।

ଏହା ଆଜିର ଏହି ଏମ୍ସ ଗସ୍ତର ଉଦ୍ଦେଶ୍ୟ । ଡାକ୍ତରଙ୍କ ସହିତ ସମସ୍ତ ଆଲୋଚନା ସରିଛି । ଆମେ ସେମାନଙ୍କୁ ସବୁ ବିଷୟରେ ଜଣାଇଛୁ । କୋରୋନା ବିରୋଧ ଯୁଦ୍ଧ ପାଇଁ ବିଭିନ୍ନ ଅଭିନବ ସମାଧାନ ଓ ନୂଆ ପ୍ରସ୍ତୁତି ଗ୍ରହଣ କରାଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଦେଶରେ ଗତ 24 ଘଣ୍ଟାରେ ନୂଆ 2 ଲକ୍ଷ 17 ହଜାର 353 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ 1185 ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.