ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ କ୍ରମାଗତ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । କୋରୋନାରେ ମୃ୍ତ୍ୟୁ ରେକର୍ଡ ମଧ୍ୟ ଛାତି ଥରାଉଛି । ଜାତୀୟ ହାର ତୁଳନାରେ ରାଜ୍ୟର ମୃତ୍ୟୁ ହାର ଅଧିକ ରହିଛି । ହେଲେ ଏହାଠୁ ଅଧିକ ଭୟଙ୍କର ଯେ କୋରୋନାରେ ହୋଇଥିବା 50 ପ୍ରତିଶତ ମୃତ୍ୟୁ ହସ୍ପିଟାଲରେ ଭର୍ତ୍ତି ହେବାର 48 ଘଣ୍ଟା ମଧ୍ୟରେ ହୋଇଯାଇଛି ।
କୋଭିଡ ଡେଥ୍ ଅଡିଟ କମିଟି ଅଧ୍ୟକ୍ଷ ପ୍ରଫେସର ହେମଚନ୍ଦ୍ରଙ୍କ ଅନୁଯାୟୀ, ଉତ୍ତରାଖଣ୍ଡରେ ପାଖାପାଖି 50 ପ୍ରତିଶତ କୋଭିଡ ରୋଗୀଙ୍କ ମୃତ୍ୟୁ ହସ୍ପିଟାଲରେ ଭର୍ତ୍ତି ହେବାର 48 ଘଣ୍ଟା ମଧ୍ୟରେ ହୋଇଯାଇଛି ।
ପ୍ରଫେସର ହେମଚନ୍ଦ୍ରଙ୍କ ଅନୁଯାୟୀ, ଏହି ରୋଗୀମାନେ କରୋନା ସଂକ୍ରମଣର ପ୍ରଥମ ଚାରିରୁ ପାଞ୍ଚ ଦିନର ଲକ୍ଷଣକୁ ଅଣଦେଖା କରିଥିଲେ କିମ୍ବା ଏହାର ସଠିକ୍ ଚିକିତ୍ସା କରାଇନଥିଲେ । ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ପ୍ରାଥମିକ ଲକ୍ଷଣକୁ ଅଣଦେଖା କରି ବିଳମ୍ବ ହେତୁ ହସ୍ପିଟାଲରେ ଭର୍ତ୍ତି ହେବାର 48 ଘଣ୍ଟା ମଧ୍ୟରେ ପ୍ରାୟ 50% ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି ।