ମୁମ୍ବାଇ: ମହାରାଷ୍ଟ୍ରର ନାସିକ ନିକଟରେ LTT-Jaynagar (11061) ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଲାହାବତୀ ଓ ଡେଭଲାଲୀ ମଧ୍ୟରେ ନାସିକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର 10ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 6ଜଣ ଆହତ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ସ୍ଥାନୀୟ ହସ୍ପିଟାଲରେ ଆହତଙ୍କୁ ଉଦ୍ଧାର କରି ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଘଟଣାସ୍ଥଳରେ ରେଳବାଇ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି ।
-
Visuals of derailed coaches of 11061 LTT-Jaynagar Express between Lahavit and Devlali (near Nashik) on Dn line at around 15.10 hrs today Accident relief train and medical van rushed to the spot. Details awaited: Central railway CPRO pic.twitter.com/nXA0hvTw0I
— ANI (@ANI) April 3, 2022 " class="align-text-top noRightClick twitterSection" data="
">Visuals of derailed coaches of 11061 LTT-Jaynagar Express between Lahavit and Devlali (near Nashik) on Dn line at around 15.10 hrs today Accident relief train and medical van rushed to the spot. Details awaited: Central railway CPRO pic.twitter.com/nXA0hvTw0I
— ANI (@ANI) April 3, 2022Visuals of derailed coaches of 11061 LTT-Jaynagar Express between Lahavit and Devlali (near Nashik) on Dn line at around 15.10 hrs today Accident relief train and medical van rushed to the spot. Details awaited: Central railway CPRO pic.twitter.com/nXA0hvTw0I
— ANI (@ANI) April 3, 2022
ଆଜି ପ୍ରାୟ ଅପରାହ୍ନ 3ଟା 10 ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ରେଳ ବିଭାଗ କୌଣସି ପ୍ରତିକ୍ରିୟା ଦେଇନାହିଁ । ତଦନ୍ତ ଆରମ୍ଭ ହୋଇଛି ଓ ପରେ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ