ETV Bharat / bharat

ଜଣେ ଛାତ୍ରଙ୍କୁ ମାଡ ମାରିବାକୁ ଅନ୍ୟ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଲେ ଶିକ୍ଷୟିତ୍ରୀ; ଭିଡିଓ ଭାଇରାଲ - ଛାତ୍ରଙ୍କୁ ମାଡ ମାରିଲେ ଅନ୍ୟ ଛାତ୍ର

ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଛାତ୍ରଙ୍କୁ ମାଡ ମାରିଲେ ଅନ୍ୟ ଛାତ୍ର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

UP Teacher Tells Children To Slap another children

author img

By ETV Bharat Odisha Team

Published : Aug 26, 2023, 11:55 AM IST

ଲକ୍ଷ୍ନୌ: ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ । ଶିକ୍ଷକ କି ଶିକ୍ଷୟିତ୍ରୀ ନୁହେଁ ବରଂ ଜଣେ ଛାତ୍ରଙ୍କୁ ଶ୍ରେଣୀଗୃହର ଅନ୍ୟ ଛାତ୍ରମାନେ ଜଣଙ୍କ ପରେ ଜଣେ ମାଡ ମାରୁଛନ୍ତି । ତାହା ପୁଣି ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶିକ୍ଷୟତ୍ରୀ ଜଣଙ୍କ ଖରାପ ଭାଷାରେ କିଛି କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲା ମାନସୁରପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଖାବପୁର ଗାଁର ଏକ ବିଦ୍ୟାଳୟରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଭିଡିଓ ଭାଇରାଲ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ପାଠ ଶେଷ କରିନଥିବାରୁ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼, ଥାନାରେ ଏତଲା

ଭାଇରାଲ ଭିଡିଓକୁ ନେଇ ଖାତାଉଲି ସିଓ ରବି ଶଙ୍କର କହିଛନ୍ତି ଯେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ଜଣେ ମହିଳା ଶିକ୍ଷୟିତ୍ରୀ ଅନ୍ୟ ପିଲାଙ୍କ ଦ୍ୱାରା ଜଣେ ଛାତ୍ରଙ୍କୁ ମାଡ ମାରିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି, ଏହି ଭିଡିଓ ଖାବପୁର ଗାଁର । ଯେଉଁଠାରେ ଜଣେ ମହିଳା ନିଜ ଘରେ ସ୍କୁଲ କରି ପିଲାଙ୍କୁ ପାଠ ପଢାଉଛନ୍ତି । ଭିଡିଓରେ ଅନ୍ୟ ଛାତ୍ରମାନେ ଜଣେ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ମାଡ ମାରୁଛନ୍ତି । ଶିକ୍ଷୟିତ୍ରୀ ଜଣକ ଭିଡିଓରେ କିଛି ଗାଳି ଗୁଲଜ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ-ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପ୍ରଧାନଶିକ୍ଷକ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ଏହି ଘଟଣାରେ ଶିକ୍ଷୟିତ୍ରୀଙ୍କ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ଅପେକ୍ଷା । ତେବେ କେଉଁ କାରଣରୁ ଛାତ୍ର ଜଣଙ୍କୁ ମାଡ ମାରିବାକୁ ଅନ୍ୟ ପିଲାଙ୍କୁ କହିଥିଲେ ଶିକ୍ଷୟିତ୍ରୀ, ତାହା ତଦନ୍ତ ପରେ ସାମ୍ନାକୁ ଆସିବ। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପୋଲିସ ପଚରାଉଚରା କରିପାରେ ।

ପୂର୍ବରୁ ସ୍କୁଲରେ ଛାତ୍ର ବା ଛାତ୍ରୀଙ୍କୁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ମାଡ ମାରୁଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି । ଏବେ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଥିବା ଏହି ଘଟଣାରେ କ'ଣ ପଦକ୍ଷେପ ଗ୍ରହଣ କରାଯିବ ତାହାକୁ ଅପେକ୍ଷା କରାଯାଇଛି । ସମ୍ପୃକ୍ତ ଛାତ୍ରଙ୍କ ପରିବାର ଲୋକେ ଗଣମାଧ୍ୟମ ସମ୍ମୁଖରେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଛାତ୍ରଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.