ETV Bharat / bharat

ମହିଳା SIଙ୍କ ମହାନତା, ମୃତଦେହକୁ କାନ୍ଧେଇ ପାର କଲେ ୫ କିମି ରାସ୍ତା

author img

By

Published : Mar 23, 2022, 2:47 PM IST

ମୃତଦେହକୁ କାନ୍ଧେଇ ୫ କିଲୋମିଟର ଜଙ୍ଗଲ ପାରି ହେଲେ ମହିଳା ଏସଆଇ ପାବନୀ ସିରଶା । ଏପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ହିଜାପୁରମ ଗ୍ରାମରେ । ଅଧିକ ପଢନ୍ତୁ

Female SI
ମୃତଦେହକୁ କାନ୍ଧେଇ ୫ କିଲୋମିଟର ରାସ୍ତା ପାରି ହେଲେ ମହିଳା ଏସଆଇ

ଅମରାବତୀ: ମୃତଦେହକୁ କାନ୍ଧ ଦେଲେ ଜଣେ ମହିଳା ପୋଲିସ ସବ-ଇନ୍ସିପେକ୍ଟର । ମୃତଦେହକୁ କାନ୍ଧେଇ ୫ କିଲୋମିଟର ଜଙ୍ଗଲ ପାରି ହେଲେ । ଏପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ହିଜାପୁରମ ଗ୍ରାମରେ । ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ସୂଚନାଅନୁସାରେ, ଗାଁ ପଶୁପାଳକମାନେ ପ୍ରତିଦିନ ପରି ଜଙ୍ଗଲକୁ ପଶୁ ଚରାଇବା ପାଇଁ ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତିଙ୍କର ମୃତଦେହ ପଡିଥିବା ଦେଖିଥିଲେ । ଏହାପରେ ତତକ୍ଷଣାତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଭିଗିଲାଣ୍ଟ କାନିଗିରି ସିଆଇ ପାପାରାଓ ଓ ହନୁମାନଥୁନିପାଡୁ ଥାନାରେ ମହିଳା ଏସଆଇ ପାବନୀ ସିରଶା ସେଠାରେ ପହଞ୍ଚିଥିଲେ । ମୃତଦେହଟି ସମ୍ପୂର୍ଣ୍ଣ ପଚି ଯାଇଥିବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା । ସମସ୍ତେ ଖାଲି ଦେଖୁଥିଲେ ହେଲେ କେହି ବି ମୃତଦେହକୁ ଜଙ୍ଗଲରୁ ରାସ୍ତାକୁ ଆଣିବାକୁ ଆଗେଇ ଆସିନଥିଲେ । ଏପରି ସ୍ଥିତିରେ ଏସଆଇ ପାବନୀ ସିରଶା ଅନ୍ୟଜଣଙ୍କ ସହାୟତାରେ ବାଉଁଶରେ ଝୁଲାଇ ଗଳିତ ମୃତଦେହକୁ କାନ୍ଧେଇ ୫ କିଲୋମିଟର ଜଙ୍ଗଲ ରାସ୍ତା ପାରି ହୋଇଥିଲେ ।

ଜଙ୍ଗଲରୁ ରାସ୍ତା ଯାଏଁ ମୃତଦେହଟିକୁ ଆଣିବା ଏତେ ସହଜ ନଥିଲା ଚାଲିବା ବହୁତ କଷ୍ଟକର ଥିଲା । ହେଲେ ପାବନୀ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ମହିଳା ଏସଆଇଙ୍କ ଏହି କାର୍ଯ୍ୟକୁ ଜିଲ୍ଲା ପୋଲିସଠୁ ନେଇ ସମସ୍ତେ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.