ETV Bharat / bharat

୫ ରୁ ୧୧ ବର୍ଷୀୟ ଶିଶୁଙ୍କ ପାଇଁ ଅଧିକ ପ୍ରଭାବଶାଳୀ ଫାଇଜର !

author img

By

Published : Oct 23, 2021, 3:48 PM IST

ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଶିଶୁ ଟିକା ଉତ୍ପାଦନରେ ଆଉ ଏକ ସଫଳତା ହାସଲ କରିଛି । ଫାଇଜର କୋରୋନା ଟିକା 5 ରୁ 11 ବର୍ଷ ବୟସର ଶିଶୁଙ୍କ ଉପରେ 91 ପ୍ରତିଶତ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି। ଅଧିକ ପଢନ୍ତୁ...

୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଅଧିକ ପ୍ରଭାବଶାଳୀ ଫାଇଜର ଟିକା

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ ବି ଜାରି ରହିଛି କୋରୋନା ବିପର୍ଯ୍ୟୟ । ଅନେକ ଦେଶରେ କୋରୋନା ଭାଇରସ ବର୍ତ୍ତମାନ ଶିଶୁଙ୍କୁ ଅଧିକ ସଂକ୍ରମିତ କରୁଛି । ଭାରତରେ ତୃତୀୟ ୱେଭ ଆଗମନରେ କେବଳ ପିଲାମାନେ ଅଧିକ ସଂକ୍ରମିତ ହୋଇଥିବା ଦାବି କରାଯାଇଥିଲା। ଏସବୁ ମଧ୍ୟରେ ଶିଶୁଙ୍କ ଟିକା ଉପରେ ସାରା ବିଶ୍ବ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଏହି ସମୟରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଶିଶୁ ଟିକା ଉତ୍ପାଦନରେ ଆଉ ଏକ ସଫଳତା ହାସଲ କରିଛି ।

ଫାଇଜରର କୋରୋନା ଟିକା 5 ରୁ 11 ବର୍ଷ ବୟସ ଶିଶୁଙ୍କ ଉପରେ 91 ପ୍ରତିଶତ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି। ତେବେ ଏହି ପରୀକ୍ଷାର ଫଳାଫଳ ଶୁକ୍ରବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବିଶେଷ କରି ଏହା କୁନି ପିଲାଙ୍କ ଭିତରେ ପ୍ରଚୁର ମାତ୍ରାରେ ଆଣ୍ଟିବଡି ବା କୋରୋନା ବିରୋଧୀ ପ୍ରତିରୋଧ ଶକ୍ତି ତିଆରି କରିପାରୁଛି ।

୧୬-୨୫ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଟିକା ଯେଭଳି କାମ ଦେଉଥିଲା, ସାନ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ ବେଳେ ସମାନ ପରିଣାମ ଦେଇଥିବା ଦାବି କରିଛନ୍ତି ଫାଇଜର ଓ ବାୟୋଟେକ୍ କମ୍ପାନୀ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୪ ପ୍ରତିଶତ ପିଲା କୋରୋନାରେ ଆକ୍ରାନ୍ତ ହୋଇ ସାରିଲେଣି ।

ଆସନ୍ତା ସପ୍ତାହ ସୁଦ୍ଧା FDA ପରାମର୍ଶଦାତା ଏହି ତଥ୍ୟ ଉପରେ ଆଲୋଚନା କରିବେ ଯାହା ପରେ ଟୀକାକରଣ ଆରମ୍ଭ କରାଯିବ କି ନାହିଁ ତାହା ସ୍ଥିର ହେବ। ଫାଇଜର ଟିକା 12 ବର୍ଷରୁ ଉର୍ଦ୍ଧ୍ବ ପିଲାମାନଙ୍କ ପାଇଁ ଅନୁମତିପ୍ରାପ୍ତ । ତେବେ ଖୁବଶୀଘ୍ର ଆମେରିକାର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଉପସ୍ଥାପନ କରାଯିବ ଏବଂ ନଭେମ୍ବର ଆରମ୍ଭରେ ଟିକା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.