ETV Bharat / bharat

ସିଦ୍ଧି ଲାଭ ପାଇଁ ଜନ୍ମକଲା ଝିଅକୁ ବଳି ପକାଇଲା ବାପା

11 ବର୍ଷୀୟା ଝିଅକୁ ବଳି ପକାଇଲା ବାପା । ହତ୍ୟାକାରୀ ବାପାକୁ ପୋଲିସର ଜିମା ଦେଲେ ପଡୋଶୀ । ଅଧିକ ପଢନ୍ତୁ

ସିଦ୍ଧି ଲାଭ ପାଇଁ ଜନ୍ମକଲା ଝିଅକୁ ବଳି ପକାଇଲା ବାପା
ସିଦ୍ଧି ଲାଭ ପାଇଁ ଜନ୍ମକଲା ଝିଅକୁ ବଳି ପକାଇଲା ବାପା
author img

By

Published : May 11, 2022, 4:12 PM IST

ପାଟନା: ଜନ୍ମକଲା ବାପାର ଜଘନ୍ୟ କାଣ୍ଡ । ଦେବୀଙ୍କୁ ପ୍ରସନ୍ନ କରିବାକୁ ଯାଇ ନିଜ 11 ବର୍ଷୀୟା ଝିଅକୁ ବଳି ପକାଇଲା ବାପା । ବିହାରର ସିତାମାଢୀ ଜିଲ୍ଲା ଅନ୍ତର୍ଗତ କୁଶମାରୀ ଅଞ୍ଚଳରୁ ଏହି ଲୋମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବାପା ନିଜ ଝିଅକୁ ହତ୍ୟା କରିଛି । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ସିଦ୍ଧି ଲାଭ ପାଇଁ ଜନ୍ମକଲା ଝିଅକୁ ବଳି ପକାଇଲା ବାପା

ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପାର ନାମ ଇନ୍ଦଲ ମହତୋ । ମଙ୍ଗଳବାର ଅଭିଯୁକ୍ତ ନିଜ ଝିଅ ସହ ଘରେ ଏକାକୀ ଥିଲା । ତା'ର ପତ୍ନୀ ଅନ୍ୟ ଏକ ଝିଅକୁ ନେଇ ବାପଘରକୁ ଯାଇଥିଲେ । ଏହି ସମୟରେ ଦେବୀକୁ ପ୍ରସନ୍ନ କରିବା ପାଇଁ ଅଭିଯୁକ୍ତ ଇନ୍ଦଲ ନିଜ 11 ବର୍ଷୀୟ ଝିଅକୁ ବଳି ଚଢାଇଥିଲା । ହତ୍ୟା କରିବା ପରେ ସେ ପିଲାଟିର ମୃତଦେହକୁ ଘରଠୁ ଅଳ୍ପ ଦୂରରେ ଥିବା ଏକ ଶ୍ମଶାନରେ ପୋତି ଦେଇଥିଲା । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଇନ୍ଦଲ ମଜୁରି ଲାଗେ । ସେ ଝଡା-ଫୁଙ୍କା ଏବଂ ତନ୍ତ୍ରମନ୍ତ୍ର ଭଳି ଅନ୍ଧବିଶ୍ବାସ କାର୍ଯ୍ୟ ମଧ୍ୟ କରିଥାଏ । ସିଦ୍ଧି ଲାଭ ପାଇଁ ସେ ଦେବୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲା । ତା'ର ବିଶ୍ବାସ ଥିଲା ଯେ, ଯଦି ସେ ନିଜ ଝିଅକୁ ବଳି ଦିଏ ତେବେ ଅଧିକ ଶକ୍ତି ମିଳିବ । ଏଥିପାଇଁ ସେ ନିଜ ଜନ୍ମକଲା ଝିଅକୁ ହତ୍ୟା କରିଥିଲା ।

ଝିଅଟିର 24 ଘଣ୍ଟା ହେଲା କୌଣସି ପତ୍ତା ନ ମିଳିବାରୁ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା । ଏହାପରେ ଲୋକେ ଅଭିଯୁକ୍ତ ଇନ୍ଦଲର ଘରକୁ ଯାଇଥିଲେ । ସେଠାରେ ସେମାନେ ଘରେ ରକ୍ତ ଛିଟା ପଡିଥିବାର ଦେଖିବାକୁ ପାଇଥିଲେ । ଏହାପରେ ସବୁ ଘଟଣା ଉପରେ ପରଦା ଉଠିଥିଲା । ଲୋକମାନେ ଅଭିଯୁକ୍ତ ବାନ୍ଧି ଖୁବ୍ ମାଡ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ହତ୍ୟାକାରୀ ବାପାକୁ ଗିରଫ କରିବା ସହ ଝିଅଟିର ମୃତଦେହ ଉଦ୍ଧାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.