କେରଳ: ୩ ଝିଅଙ୍କ ଗଳା କାଟିବା ପରେ ଚରମ ନିଷ୍ପତି ନେଲା ବାପା । କେରଳ କୋଟାୟାମ୍ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଜଣେ ବ୍ୟକ୍ତି ନିଜର 3 ଝିଅଙ୍କ ଗଳାକାଟି ନିଜେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହ କାରଣରୁ ଏହିଭଳି ଘଟଣା ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ୩ ଝିଅଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କୋଟାୟାମ୍ ହସ୍ପିଟାଲେରେ ଭର୍ତ୍ତି କରିଛି । ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତର ମୃତଦେହକୁ ଉଦ୍ଧାର କରିଛି ପୋଲିସ ।
ସୂଚନାଯୋଗ୍ୟ କୋଟାୟାମ୍ ଜିଲ୍ଲାର ରାମପୁରମରେ ଜୋମୋନ ନାମକ ଜଣେ ବ୍ୟକ୍ତି ନିଜର ୩ ଝିଅଙ୍କ ସହ ରହୁଥିଲେ । ଦୀର୍ଘ ଦିନ ଧରି ଜୋମୋନଙ୍କ ସ୍ତ୍ରୀ ସେମାନଙ୍କଠାରୁ ଅଲଗା ରହୁଥିଲେ । ସେ ଦେଢ଼ ବର୍ଷ ହେବ ଝିଅମାନଙ୍କର ଯତ୍ନ ନେଉଥିଲେ । ଗତ ସୋମବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ରେ ଜୋମୋନ ୩ ଝିଅଙ୍କ ଗଳା କାଟି ହତ୍ୟା କରିବାକୁ ଉଦ୍ୟମ କରିଥଲା ଏବଂ ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଝିଅମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ରାମପୁରମ୍ ପୋଲିସ ଥାନାକୁ ଖବର ଦେବା ସହ ମୂର୍ମୁଷୁ ଅବସ୍ଥାରେ ୩ ଝିଅଙ୍କୁ କୋଟାୟାମ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଗୁରୁତର ହୋଇଥିବା ଝିଅମାନଙ୍କ ବୟସ ଯଥାକ୍ରମେ ୧୩ ବର୍ଷ, ୧୦ ବର୍ଷ ଏବଂ 7 ବର୍ଷ ବୋଲି ଜଣା ପଡ଼ିଛି । ୩ ଗୁରତରଙ୍କ ମଧ୍ୟରୁ ଦୁଇ ବଡ଼ ଭଉଣୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ..Tamilnadu: ମଦ ପିଇବାକୁ ବାରଣ କରିବାରୁ ଗୋଟିଏ ପରିବାରର 4 ଜଣଙ୍କୁ ବୀଭତ୍ସ ହତ୍ୟା
ଅନ୍ୟପକ୍ଷରେ ପରିବାର ଲୋକେ କହିଛନ୍ତି କିଛି ଦିନ ହେବ ଜୋମନ ଚିନ୍ତାଗ୍ରସ୍ତ ରହୁଥିଲା ଓ ବିଭିନ୍ନ ସମୟରେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପିଲାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା । ଯାହାଫଳରେ ଏଭଳି ଘଟଣା ଘଟାଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ଏହି ଘଟଣାକୁ ନେଇ ରାମପୁରମ୍ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଏହି ଭଳି କାଣ୍ଡ ଘଟି ଥାଇପାରେ ବୋଲି ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ