ETV Bharat / bharat

ଉତ୍ତରାଖଣ୍ଡରେ ଲଜ୍ଜା: ନାବାଳିକା ଝିଅକୁ ଦୁଷ୍କର୍ମ ! ବାପାକୁ ବାନ୍ଧିଲା ପୋଲିସ

author img

By

Published : Feb 13, 2023, 9:26 PM IST

ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପାକୁ ଗିରଫ କଲା ପୋଲିସ । ପୋଲିସରେ ଅଭିଯୋଗ କରିଥିଲେ ନିଜେ ପତ୍ନୀ । ଅଧିକ ପଢନ୍ତୁ

ପିସାଚ ପିତା, ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାନ୍ଧିଲା ପୋଲିସ

ଡେରାଡୁନ: ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା । ଏପରି ଏକ ଲଜ୍ଜାଜନକ ଅଭିଯୋଗ ଉତ୍ତରାଖଣ୍ଡର ରାମନଗର ଅଞ୍ଚଳରୁ ଆସିଛି । ରାମନଗର ବିକାଶ ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଜଣେ ବାପା ନିଜ 11 ବର୍ଷୀୟ ଝିଅକୁ ଆକ୍ରମଣ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିବା ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ପ୍ରାଥମିକ ଜେରା ପରେ ଡାକ୍ତରୀମାଇନା କରାଯାଇ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା । ବେଲ ଖାରଜ ହେବା ସହ ତାକୁ ଜେଲକୁ ପଠାଯାଇଛି ।

ଏହି ମାମଲାରେ ସ୍ଥାନୀୟ ପୋଲିସ ସୂଚନା ଦେଇ କହିଛି ଯେ, ପିତା ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ମା’ ନିଜେ ନିଜ ସ୍ବାମୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାଟି ଦୁଇ ଦିନ ପୂର୍ବରୁ । କୌଣସି କାରଣରୁ ମହିଳାଜଣଙ୍କ ଘରୁ ବାହାରକୁ ଯାଇଥିଲେ । ଏହି ସମୟରେ ନିଜର 11 ବର୍ଷୀୟା ନାବାଳିକା ଝିଅ ଏକାକୀ ଥିଲା । ଏହି ସମୟରେ ତାଙ୍କର ସ୍ବାମୀ ନିଜ 11 ବର୍ଷୀୟା ନାବାଳିକା ଝିଅକୁ ଘରେ ଏକୁଟିଆ ପାଇ ଆକ୍ରମଣ କରିବା ସହ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ମହିଳାଜଣଙ୍କ ଘରକୁ ଫେରିବା ଝିଅକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଝିଅ ଠାରୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ସେ ଥାନାରେ ନିଜ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଥିଲେ ।

ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ରାମନଗର ସରକାରୀ ଡାକ୍ତରଖାନାରେ ଅଭିଯୁକ୍ତର ଡାକ୍ତରୀମାଇନା କରାଇଥିଲା ପୋଲିସ । ପରେ ତାକୁ କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତକୁ ହାଜତକୁ ପଠାଇ ଦେଇଛନ୍ତି । ପୀଡିତା ନାବାଳିକାର ଡାକ୍ତରୀମାଇନା କରାଯିବା ସହ ପୋଲିସ ବୟାନ ମଧ୍ୟ ରେକର୍ଡ କରିଛି । ପିତା ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି । ଅନେକ ସମୟରେ ସମ୍ପର୍କୀୟଙ୍କ ଦ୍ବାରା ମଧ୍ୟ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଯାହା ସମ୍ପର୍କରେ କଳଙ୍କମୟ ଅଧ୍ୟାୟ ସୃଷ୍ଟି କରୁଛି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ କରିବା ପାଇଁ ଦାବି ଉଠୁଛି । ମାମଲାରେ ପରିବାର ସଦସ୍ୟଙ୍କ ଠାରୁ ସୂଚନା ସଂଗ୍ରହ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.