ETV Bharat / bharat

ଅନ୍ଧବିଶ୍ବାସର ଶିକାର ବାପା ହାତରେ ଗଲା ଝିଅ ଜୀବନ - ଆନ୍ଧ୍ରପ୍ରଦେଶ ଖବର

ଅନ୍ଧବିଶ୍ବାସର ପରିଣତି ଯେ କେତେ ଭୟଙ୍କର ତାହା ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି । ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତି ତାଙ୍କ ନିଜ ଝିଅକୁ ନିଜ ହାତରେ ଶେଷ କରି ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ଆତ୍ମାକୁପ ପେରେଡ୍ଡପାଲ ଗାଁରେ ଘଟିଛି ଏ ଘଟଣା । ଅଧିକ ପଢନ୍ତୁ

ଅନ୍ଧବିଶ୍ବାସର ଶିକାର ବାପା ହାତରେ ଗଲା ଝିଅ ଜୀବନ

author img

By

Published : Jun 19, 2022, 6:49 AM IST

Updated : Jun 19, 2022, 9:02 AM IST

ଅମରାବାତୀ: ଅନ୍ଧବିଶ୍ବାସର ପରିଣତି ଯେ କେତେ ଭୟଙ୍କର ତାହା ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି । ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତି ତାଙ୍କ ନିଜ ଝିଅକୁ ନିଜ ହାତରେ ଶେଷ କରି ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ନୋଲେର ଜିଲ୍ଲା ଆତ୍ମାକୁର ପେରେଡ୍ଡପାଲ ଗାଁରେ ଘଟିଛି ଏ ଘଟଣା । ଗାଁର ବେଣୁଗୋପାଳ ନାମକ ଜଣେ ବ୍ୟକ୍ତି ଅନ୍ଧବିଶ୍ବାସର ଶିକାର ହୋଇଥିଲେ । ତାଙ୍କ ଘରେ କିଛି ଅପଶକ୍ତି ଥିବା ଆଶଙ୍କା କରି ଏହାକୁ ବାହାର କରିବା ପାଇଁ ନିଜ ଝିଅ ଉପରେ ଗୁଣିଗାରେଡ଼ି ପ୍ରୟୋଗ କରିଥିଲେ । ଫଳରେ ତାଙ୍କ ଝିଅର ମୃତ୍ୟୁ ଘଟିଛି ।

ସୂଚନା ଅନୁସାର, ବେଣୁଗୋପାଳଙ୍କର ଦୁଇ ଝିଅ । ସେ ଠାରୁରଙ୍କ ଆଗରେ ବସାଇ ଝିଅକୁ ହଳଦୀ ପାଣିରେ ଗାଧୋଇ ପୂଜାପାଠ କରିଥିଲେ । ତାଙ୍କୁ ଜୋରଜବରଦସ୍ତ ହଳଦୀ ପାଣି ମଧ୍ୟ ପିଆଇଥିଲେ । ଖାଲି ସେତିକି ନୁହେଁ ଝିଅର ଗଳା ଚିପି ତାରୁ କୁମକୁମ ମଧ୍ୟ ପିଆଇଥିଲେ । ଫଳରେ ଦୁଇ ଝିଅ ଚିତ୍କାର କରିବାକୁ ଲାଗିଥିଲେ । ପଡୋଶୀ ଝିଅ ପାଟି ଶୁଣି ଘଟଣାସ୍ଥଳକୁ ଆସିଥିଲେ । ଝିଅର ଅବସ୍ଥା ଗୁରୁତର ହେବାରୁ ତାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥଲା । ଗୋଟିଏ ଦିନ ଚେତାଶୂନ୍ୟ ଥିଲା ଝିଅଟି । ଗୁରୁବାର ଝିଅର ମୃତ୍ୟୁ ହୋଇଥିଲା । ଝିଅର ବାପା ବେଣୁଗୋପାଳଙ୍କୁ ପୋଲିସ ଗିରଫ କରିଛି । ବେଣୁଗୋପାଳ ମାନସିକ ରୋଗୀ ଥିବା ସ୍ଥାନୀୟ ଲୋକ କହିଛନ୍ତି ।

Last Updated : Jun 19, 2022, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.