ETV Bharat / bharat

Delhi: ଝିଅର ପ୍ରେମିକକୁ ହତ୍ୟା କଲା ବାପା !

author img

By

Published : Jul 18, 2023, 6:36 AM IST

ଝିଅର ପ୍ରେମିକକୁ ହତ୍ୟା କଲା ବାପା । ସାଙ୍ଗରେ ଦୁଇ ପୁଅ ମଧ୍ୟ କରିଥିଲେ ହତ୍ୟକାଣ୍ଡରେ ସହଯୋଗ । ଅଧିକ ପଢନ୍ତୁ

Delhi: ଝିଅର ପ୍ରେମିକକୁ ହତ୍ୟା କଲା ବାପା !
Delhi: ଝିଅର ପ୍ରେମିକକୁ ହତ୍ୟା କଲା ବାପା !

ନୂଆଦିଲ୍ଲୀ: ଦିଲ୍ଲୀର ଜାଫରବାଦରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ସର୍ବସାଧାରଣରେ ନିଜ ଝିଅକୁ ପ୍ରେମ କରୁଥିବା ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସହ ତାର ଦୁଇ ପୁଅ ମଧ୍ୟ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସୂଚନା ମିଳିଛି । ସୂଚନା ପାଇବା ପରେ ଉତ୍ତର-ପୂର୍ବ ଦିଲ୍ଲୀର ଜାଫରବାଦ ପୋଲିସ ଟିମ ତଦନ୍ତ ଆରମ୍ଭ କରିଛି । ସମସ୍ତ ତିନି ଅଭିଯୁକ୍ତ ବର୍ତ୍ତମାନ ଫେରାର ରହିଛନ୍ତି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି । ପୋଲିସ ଏକ ହତ୍ୟା ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି ।

ଆଜି ସଂଧ୍ୟାରେ ଉତ୍ତର ପୂର୍ବ ଦିଲ୍ଲୀର ଡିସିପି ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ହତ୍ୟାର ଶିକାର ହୋଇଥିବା ଯୁବକ 25 ବର୍ଷୀୟ ସଲମାନ ବୋଲି ଜଣାପଡିଛି । ସେ ଜାଫରବାଦର ବ୍ରହ୍ମପୁରୀର ବାସିନ୍ଦା ଥିଲେ । ଡିସିପି କହିଛନ୍ତି ଯେ ଆଜି(ସୋମବାର) ସନ୍ଧ୍ୟା ପ୍ରାୟ 5ଟା ସମୟରେ ଜାଫରବାଦ ପୋଲିସ ଷ୍ଟେସନରେ ଚୌହାନ ବାଗଡ ଗଳି ନମ୍ବର 2 ନିକଟରେ ଯୁବକଙ୍କୁ ଛୁରାମାଡ଼ କରାଯାଇଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇ ଯାଇଥିଲା । ସଲମାନଙ୍କ ବେକ ଏବଂ ଛାତିରେ ଗଭୀର କ୍ଷତ ଆଘାତ ଲାଗିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ସ୍ଥାନୀୟ ଜିଟିବି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ଯ ପଢନ୍ତୁ :- ଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡିତା: ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟ କରୁଥିଲେ ଦୁଷ୍କର୍ମ

କୁହାଯାଉଛି ଯେ ସଲମାନ ଗତ 2 ବର୍ଷ ଧରି ଅଭିଯୁକ୍ତଙ୍କ ଝିଅ ସହ ପ୍ରେମ ସମ୍ପର୍କରେ ଥିଲେ । ଏକଥା ପରିବାର ସଦସ୍ୟ ଜାଣିଥିଲେ । ସେମାନେ ଏହାକୁ ବିରୋଧ ମଧ୍ୟ କରୁଥିଲେ । ସୋମବାର ସଲମାନ ଏକ ବାଇକରେ ଯାଉଥିଲା ବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସମ୍ପୃକ୍ତ ଝିଅର ବାପା ଓ ତାର ଦୁଇ ଭାଇ । ଆକ୍ରମଣ କରି ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.