ETV Bharat / bharat

ବାପ ପରେ ଜେରା ହେବେ ପୁଅ, ଆଜି ଇଡିରେ ହାଜର ହେବାକୁ ହ୍ରିଷିକେଶ ଦେଶମୁଖଙ୍କୁ ସମନ

author img

By

Published : Nov 5, 2021, 7:41 AM IST

ଅନିଲ ଦେଶମୁଖଙ୍କ ପୁଅ ହ୍ରିଷିକେଶ ଦେଶମୁଖଙ୍କୁ EDର ସମନ । ଆଜି ବାପ-ପୁଅଙ୍କୁ ସାମ୍ନାସାମ୍ନି ଜେରା କରିବ ED । ଅଧିକ ପଢନ୍ତୁ...

ବାପ ପରେ ଜେରା ହେବେ ପୁଅ, ଆଜି ଇଡିରେ ହାଜିର ହେବେ ଅନିଲ ଦେଶମୁଖଙ୍କ ପୁଅ

ମୁମ୍ବାଇ: ଥାନାରେ ବାପା, ପୁଅଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନର୍ଦ୍ଦେଶାଳୟ ED । ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ପୁଅଙ୍କୁ ED ସମନ କରିଛି । ଆଜି ଅନିଲ ଦେଶମୁଖଙ୍କ ପୁଅ ହ୍ରିଷିକେଶ ଦେଶମୁଖ EDରେ ହାଜର ହେବେ ।

ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ବରଖାସ୍ତ ହୋଇଥିବା ସହକାରୀ ପୋଲିସ ଇନ୍ସପେକ୍ଟର ସଚିନ ଭାଜେ ମୁମ୍ବାଇର ଅର୍କେଷ୍ଟ୍ରା ବାରଗୁଡିକ ଭଲ ଭାବେ ପରିଚାଳନା କରିବା ପାଇଁ ମାଲିକଙ୍କ ଠାରୁ 4.7 କୋଟି ଆଣି ଦେଶମୁଖଙ୍କ ବ୍ୟକ୍ତିଗତ ସହାୟକ ସଞ୍ଜୀବ ପାଲାଣ୍ଡେଙ୍କୁ ଦେଇଥିଲେ, ସେ ଏହି ଟଙ୍କାକୁ ପରବର୍ତ୍ତୀ ସମୟରେ ନାଗପୁରର କୌଣସି ଏକ ବ୍ୟକ୍ତିଙ୍କୁ ଦେଇଥିଲେ ।

ଅନୁସନ୍ଧାନରୁ ଜଣାପଡିଛି ଯେ ହାୱାଲା ଚ୍ୟାନେଲ ମାଧ୍ୟମରେ ଏହି ଟଙ୍କା ଦିଲ୍ଲୀର ସୁରେନ୍ଦ୍ର କୁମାର ଜୈନ ଏବଂ ବୋଗ୍ରା କମ୍ପାନୀ ପରିଚାଳନା କରୁଥିବା ବିରେନ୍ଦ୍ର ଜୈନଙ୍କୁ ଦେଇଥିଲେ । ଏହି ଦୁଇ ଭାଇ ଅର୍ଥକୁ ନାଗପୁର ସ୍ଥିତ ଶ୍ରୀ ସାଇ ଶିଖନ୍ ସନସ୍ଥାନ ଦାନମୂଖ ପରିବାର ଦ୍ୱାରା ନିୟନ୍ତ୍ରିତ ଏକ ଟ୍ରଷ୍ଟ ଭାବରେ ଦାନ କରିଥିବା ଅଭିଯୋଗ ହୋଇଛି ।

ଇଡି ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଜୈନ ଭାଇମାନେ ଦେଶମୁଖଙ୍କ ପୁଅ ହ୍ରିଷିକେଶ ଦେଶମୁଖଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଚାହୁଁଛନ୍ତି । ଉଭୟ ବାପ-ପୁଅଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ଇଡି ଏହି ସମନ ଜାରି କରିଛି । ତେବେ ଜେରା କରିବା ପରେ ଯାଇ ତାଙ୍କୁ ଗିରଫ କରାଯିବ କି ନାହିଁ ସେନେଇ ବିଚାର କରାଯାଇବ ବୋଲି ED ଅଧିକାରୀ କହିଛନ୍ତି ।

ତେବେ ହ୍ରିଷିକେଶ ଦେଶମୁଖଙ୍କୁ ପୂର୍ବରୁ ଏଜେନ୍ସି 2 ଥର ହାଜର ହେବାକୁ ସମନ ପଠାଇଥିଲା । କିନ୍ତୁ ସେ ମଧ୍ୟ ତାଙ୍କ ବାପାଙ୍କ ପରି EDକୁ ବେଖାତିର କରିଛନ୍ତି । ମାତ୍ର ଗତ ସୋମବାର ତାଙ୍କ ବାପା ଅନିଲ ଦେଶମୁଖଙ୍କୁ 12 ଘଣ୍ଟା ଧରି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛି । ଅନ୍ୟପଟେ ଆସନ୍ତାକାଲି ଅନିଲ ଦେଶମୁଖଙ୍କ ରିମାଣ୍ଡ ଅବଧି ଶେଷ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.