ETV Bharat / bharat

ହୃଦୟ ଜିତିଲେ ବାପା: ଶାଶୁଘର ଲୋକେ ଝିଅକୁ ଦେଉଥିଲେ ନିର୍ଯାତନା,ବାଜା ବଜାଇ ବାଣ ଫୁଟାଇ ଫେରାଇ ଆଣିଲେ ଘରକୁ

author img

By ETV Bharat Odisha Team

Published : Oct 18, 2023, 3:14 PM IST

ରାଞ୍ଚିରେ ଜଣେ ବାପା ଶାଶୂଘରୁ ତାଙ୍କ ଝିଅକୁ ବାଜା ବଜାଇ ବାଣ ଫୁଟାଇ ବାପଘରକୁ ଫେରାଇ ଆଣିଥିବା ଦେଖିବାକୁ ମିଳିଛି । ଏହାକୁ ଏବେ ଖୁବ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Daughter brought back home by father with band
ବାଜା ବଜାଇ ବାଣ ଫୁଟାଇ ଘରକୁ ଝିଅକୁ ଆଣିଲେ ବାପା
daughter brought back home by father with band

ରାଞ୍ଚି: ବାଜାରେ କମ୍ପୁଥିଲା ଅଞ୍ଚଳ । ଢୋ ଢା ବାଣରେ ଫାଟି ପଡୁଥିଲା ଆଖ ପାଖ ଏରିଆ । ଲାଗୁଥିଲା ଏକ ବରଯାତ୍ରୀ ରୋଷଣି କରି ଯାଉଛି । ହେଲେ ଏହି ଭାବନା ଭୁଲ । ଝାଡଖଣ୍ଡ ରାଞ୍ଚିର ଜଣେ ବାପା ବାଜା ବଜାଇ ବାଣ ଫୁଟାଇ ବିରାଟ ରୋଷଣି କରି ଶାଶୂଘରୁ ଝିଅକୁ ବାପ ଘରକୁ ନେଉଥିଲେ । କେତେ ସ୍ବପ୍ନ ନେଇ ଝିଅଟିକୁ ଘର ଲୋକ ବିବାହ କରାଇଥାନ୍ତି । ହେଲେ ସବୁ ଝିଅ ଓ ପରିବାରଙ୍କ ଏ ସ୍ବପ୍ନ ସତ ହୁଏ ନାହିଁ । ଝାଡଖଣ୍ଡ ରାଞ୍ଚିରେ ଜଣେ ବିବାହିତ ଝିଅକୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିଲେ । ଏହାପରେ ଝିଅକୁ ଶାଶୂଘରୁ ବିରାଟ ଶୋଭାଯାତ୍ରା କରି ବାପଘରକୁ ଫେରାଇ ଅଣିଛନ୍ତି ଜଣେ ବାପା ।

ବାଜା ବଜାଇ ବାପଘରକୁ ଫେରିଲା ଝିଅ: ରାଞ୍ଚି କୈଳାସ ନଗରର ପ୍ରେମ ଗୁପ୍ତା ଅଭିଯୋଗ ଅଣିଥିଲେ ଯେ ତାଙ୍କ ଝିଅ ସାକ୍ଷୀ ଗୁପ୍ତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ । ଏଥିରେ ତାଙ୍କ ସ୍ବାମୀ ମଧ୍ୟ ସାମିଲ ଥିଲେ । ବାହାଘରର କିଛି ଦିନ ପରେ ତାଙ୍କ ଝିଅ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ ପ୍ରେମ ଗୁପ୍ତା । ଗତ ବର୍ଷ ଏପ୍ରିଲ ମାସରେ ସାକ୍ଷୀ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ସଚିନ କୁମାରଙ୍କୁ ବିବାହ କରିଥିଲେ । ସାକ୍ଷୀଙ୍କ ଶାଶୁଘର ରାଞ୍ଚିର ସର୍ବେଶ୍ବରୀ ନଗରରେ । ସଚିନ ସାକ୍ଷୀଙ୍କୁ ଦ୍ବିତୀୟ ବିବାହ କରିଥିଲେ । ସେ ପୂର୍ବରୁ ଆଉ 2 ଜଣଙ୍କୁ ବିବାହ କରିଥିବା ଜାଣିବା ପରେ ବି ସାକ୍ଷୀ ସମ୍ପର୍କକୁ ଆଗକୁ ନେବାକୁ ଚାହିଁଥିଲେ । ମାତ୍ର ଶାଶୁଘର ଲୋକ ତାଙ୍କୁ ନିର୍ଯାତନା ଦେଇଥିଲେ । ସ୍ବାମୀ ଘରୁ ବାହାର କରି ଦେଉଥିଲା । ଯେବେ ଅତ୍ୟାଚାର ସବୁ ସୀମା ପାର କଲା ସେବେ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ସାକ୍ଷୀଙ୍କୁ ତାଙ୍କ ବାପଘର ଲୋକ ସମର୍ଥନ କରିଥିଲେ । ସଚିନଙ୍କଠୁ ସାକ୍ଷୀ ଛାଡପତ୍ର ନେଇ କୋର୍ଟରେ ଆବେଦନ କରିଛନ୍ତି ।

ଏହା ବି ପଢନ୍ତୁ...ସାତଜନ୍ମ ପାଇଁ ନେଇଥିଲେ ସାତଫେରା, ଶାଶୂଘର ଦୂର ବୋଲି ବରକୁ ଛାଡି ଫେରି ଆସିଲା ନବବଧୂ

ଅକ୍ଟୋବର 15 ତାରିଖରେ ଶାଶୁଘରୁ ବାଜା ବଜାଇ ବାଣ ଫୁଟାଇ ଝିଅକୁ ଘରକୁ ଫେରାଇ ଆଣିଥିଲେ ବାପା ପ୍ରେମ ଗୁପ୍ତା । ନିଆରା ଢଙ୍ଗରେ ଝିଅକୁ ବାପ ଘରକୁ ଫେରାଇ ଆଣି ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ସାକ୍ଷୀଙ୍କ ବାପା ପ୍ରେମ ଗୁପ୍ତା । ବିବାହ ବିଫଳ ହେଲେ ଝିଅ ସମ୍ମାନରେ ସହ ବଞ୍ଚିପାରିବା ସମାଜକୁ ମେସେଜ ଦେଇଛନ୍ତି । ଝିଅକୁ ନିର୍ଯାତନାକୁ ମୁକ୍ତି ଦେବାକୁ ଏହି ପଦକ୍ଷେପ ନେଇଥିଲେ ବାପା ପ୍ରେମ ଗୁ୍ପ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.