ETV Bharat / bharat

ମନି ଲଣ୍ଡରିଂ ମାମଲା: ଆଜି ଇଡିରେ ହାଜର ହେବେ ଫାରୁକ ଅବଦୁଲ୍ଲା - ମନି ଲଣ୍ଡରିଂ ମାମଲା

Money Laundering Case: ଅର୍ଥ ହେରଫେର ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ଇଡିର ସମନ । ଆଜି ଇଡିରେ ହାଜର ହେବେ ଅବଦୁଲ୍ଲା । ଅଧିକ ପଢନ୍ତୁ

ଫାରୁକ ଅବଦୁଲ୍ଲା
Farooq Abdullah
author img

By ETV Bharat Odisha Team

Published : Jan 11, 2024, 8:23 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର କ୍ରିକେଟ ସଂଘରେ ଅର୍ଥ ହେରଫେର ମାମଲା । ଆଜି ଇଡିରେ ହାଜର ହେବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ପାର୍ଟିର ସୁପ୍ରିମୋ ଫାରୁକ ଅବଦୁଲ୍ଲା । ଜମ୍ମୁ-କାଶ୍ମୀର କ୍ରିକେଟ ସଂଘରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ । ଏନେଇ ବୁଧବାର ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା ।

ଜମ୍ମୁ-କାଶ୍ମୀର କ୍ରିକେଟ ସଂଘରେ(JKCA) ଆର୍ଥିକ ଅନିୟମିତତା ମାମଲାରେ 2022ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଥିଲା । ଚାର୍ଜସିଟରେ ଅବଦୁଲ୍ଲାଙ୍କ ସହ ଜେକେସିଏର ତତ୍କାଳୀନ ଅଧିକାରୀ ଅହସାନ ଅହମ୍ମଦ ମିର୍ଜା, ମିର ମଞ୍ଜୁର ଗଜାନଫରଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ଇଡି ଏହି ଚାର୍ଜସିଟକୁ ଜମ୍ମୁ କାଶ୍ମୀରର ଏକ କୋର୍ଟରେ ଦାଖଲ କରିଥିଲା । ଏଥିରେ ଫାରୁକ ଅବଦୁଲ୍ଲା ଏବଂ ଅନ୍ୟମାନଙ୍କ ବିରୋଧରେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଜେକେସିଏ ଦୁର୍ନୀତି ମାମଲାରେ ଇଡିର ଆକ୍ସନ: ଫାରୁକଙ୍କ 12 କୋଟି ସମ୍ପତ୍ତି ଜବତ

ଗତ 2020 ମସିହାରେ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ପାଣ୍ଠିର ଅର୍ଥ ହେରଫେର କରିଥିବା ଅଭିଯୋଗରେ ଇଡି ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଫାରୁକଙ୍କ 12 କୋଟିର ସମ୍ପତ୍ତି ଜବତ କରିଥିଲା ଇଡି । 2ଟି ଘର, 3 ଫ୍ଲାଟ, ଅନ୍ୟ ସମ୍ପତ୍ତି ଏଥିରେ ସାମିଲ ରହିଥିଲା । ସେହି ବର୍ଷ ଅକ୍ଟୋବର ମାସରେ ଏହି ମାମଲାରେ ତାଙ୍କୁ ପଚରାଉଚରା କରିଥିଲା ଇଡି । ପ୍ରାୟ 6 ଘଣ୍ଟା ଧରି ଫାରୁକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଜେରା କରିଥିଲେ । ତେବେ ଇଡିର ନୋଟିସ ଉପରେ ନ୍ୟାସନାଲ କନଫରେନ୍ସ ସ୍ବର ଚପେଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଥିଲା ।

କହିରଖୁଛୁ ଯେ, ଏହି ମାମଲାରେ ପୂର୍ବରୁ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି । ଏହି ଆର୍ଥିକ ଅନିୟମିତତା ମାମଲାରେ ପ୍ରାୟ 21.55 କୋଟିର ସମ୍ପତ୍ତି ଜବତ କରାଯାଇଛି । ଫାରୁକ୍ ଅବଦୁଲ୍ଲା, ଅହସାନ ଅହମ୍ମଦ ମିର୍ଜା, ମିର ମଞ୍ଜୁରଙ୍କ ସମ୍ପତ୍ତି ଜବତ କରିଥିଲା ଇଡି । ବିନା କୌଣସି କାରଣରେ ଜେକେସିଏର ବ୍ୟାଙ୍କ ଆକାଉଣ୍ଟରୁ ନଗଦ ଟଙ୍କା ଉଠାଯାଇଥିବା ଇଡି ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା । ଏଥିସହ ଜେକେସିଏର ଟଙ୍କା ଅନେକ ଆକାଉଣ୍ଟକୁ ମଧ୍ୟ ପଠାଯାଇଛି । ଯେଉଁଥିରେ ଆସୋସିଏସନର କିଛି ଅଧିକାରୀଙ୍କ ଆକାଉଣ୍ଟ ମଧ୍ୟ ରହିଥିଲା । ଜମ୍ମୁ-କାଶ୍ମୀର କ୍ରିକେଟ ସଂଘରେ ଅର୍ଥ ହେରଫେର ଅଭିଯୋଗରେ 2018 ଜୁଲାଇ ମାସରେ ସିବିଆଇ ଦ୍ବାରା ଏକ ମାମଲା ରୁଜୁ କରାଯାଇଥିଲା । ଏହାପରେ ଏହି ଘଟଣାରେ ଇଡି ତଦନ୍ତ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.