ETV Bharat / bharat

ଲଖୀମପୁର ହିଂସା: ଟ୍ରାକରେ ବସି ଚାଷୀଙ୍କ ବିରୋଧ ପ୍ରଦର୍ଶନ, ରେଳ ଚଳାଚଳ ଠପ୍‌ - ଟ୍ରାକରେ ବସିଲେ ଚାଷୀ

ଲଖୀମପୁର ହିଂସା ମାମଲାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗିରଫ ଦାବିରେ ଚାଷୀଙ୍କ ରେଳରୋକ ଆନ୍ଦୋଳନ । ଦେଶର ବିଭିନ୍ନ ରାଜ୍ୟର ରେଲୱେ ଟ୍ରାକରେ ବସି ଚାଷୀଙ୍କ ଧାରଣା । ଅଧିକ ପଢନ୍ତୁ...

ରେଳରୋକ ଆନ୍ଦୋଳନ: ଟ୍ରାକରେ ବସି ଚାଷୀଙ୍କ ବିରୋଧ ପ୍ରଦର୍ଶନ, ଟ୍ରେନ ଚଳାଚଳ ଠପ୍‌

author img

By

Published : Oct 18, 2021, 12:20 PM IST

ନୂଆଦିଲ୍ଲୀ: ଲଖୀମପୁର ଖେରି ହିଂସା ମାମଲାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ଆଜି(ସୋମବାର) ୬ ଘଣ୍ଟିଆ ରେଳ ରୋକ କରୁଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା । ଏଥିରେ ଅନେକ ଚାଷୀ ସାମିଲ ହୋଇଥିବା ବେଳେ ପଞ୍ଜାବ ଅମୃତସରର ଦେବି ଦାସପୁରା ଗାଁରେ ପ୍ରଦର୍ଶନକାରୀ ଟ୍ରାକ ଉପରେ ବସି ବିରୋଧ ପ୍ରଦର୍ଶନ କରିଛନ୍ତି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଏହି ଆନ୍ଦୋଳନ ଯୋଗୁଁ ପଞ୍ଜାବ ଫିରୋଜପୁର ମଣ୍ଡଳର ୫ଟି ଯାତ୍ରୀବାହୀ ଟ୍ରେନ ଚଳାଚଳ ହୋଇପାରିନାହିଁ । ସେପଟେ ହରିୟାଣାର ବାହାଦୂରଗଡ଼ଠାରେ ମଧ୍ୟ ରେଲୱେ ଟ୍ରାକ ଉପରେ ଚାଷୀମାନେ ବସି ବିରୋଧ ପ୍ରଦର୍ଶନ କରିଛନ୍ତି । 'ରେଳରୋକ' ଆନ୍ଦୋଳନକୁ ନଜରରେ ରଖି ହରିୟାଣା ସୋନିପତ ଜଙ୍କସନ ରେଲୱେ ଷ୍ଟେସନ ସୁରକ୍ଷା ବଳ ବଢାଇ ଦିଆଯାଇଛି ।

ଏହା ବି ପଢନ୍ତୁ: KHERI VIOLENCE; କେନ୍ଦ୍ରମନ୍ତ୍ରୀଙ୍କ ଗିରଫ ଦାବିରେ ଆଜି ୬ ଘଣ୍ଟିଆ ରେଳରୋକ

ଲକ୍ଷ୍ନୌରେ ଲାଗିଛି ୧୪୪ ଧାରା:-

ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜିଲ୍ଲା ପ୍ରଶାସନ CRPCର ଧାରା ୧୪୪ ଲାଗୁ କରିଛି । ତେବେ ଯଦି କିଏ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରେ ତେବେ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । ଚାଷୀମାନେ ରେଲୱେ ଷ୍ଟେସନକୁ ଯାଇ ଆନ୍ଦୋଳନ କରିବେ ବୋଲି ଭାରତୀୟ କିଷାନ ୟୁନିଅନର ଉତ୍ତରପ୍ରଦେଶ ଅଧ୍ୟକ୍ଷ ରାଜବୀର ସିଂ କହିଛନ୍ତି ।

ତେବେ ସୂଚନା ଥାଉକି, ସଂଯୁକ୍ତ କିଷାନ ମୋର୍ଚ୍ଚା ରବିବାର କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର ସହ ଗିରଫ କରିବା ପାଇଁ ଦାବି କରିଥିଲା । ଏହାଦ୍ବାରା ଲଖୀମପୁର ଖେରି ହିଂସାର ପୀଡି଼ତଙ୍କୁ ନ୍ୟାୟ ମିଳିବ ବୋଲି ସେମାନେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.