ETV Bharat / bharat

ସରକାରଙ୍କ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ, 14ରୁ ଦେଶବ୍ୟାପୀ ଧାରଣା

କେନ୍ଦ୍ର ସରକାରଙ୍କ 20 ପୃଷ୍ଠା ସମ୍ବଳିତ ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । 3ଟି ଯାକ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ସରକାରଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ ଚାଷୀ, 14ରୁ ଦେଶବ୍ୟାପି ଧାରଣା

author img

By

Published : Dec 9, 2020, 5:57 PM IST

Updated : Dec 9, 2020, 6:19 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ନିଜ ଦାବିରୁ ହଟିବାକୁ ନାରାଜ ଆନ୍ଦୋଳରତ ଚାଷୀ । କେନ୍ଦ୍ର ସରକାରଙ୍କ 20 ପୃଷ୍ଠା ସମ୍ବଳିତ ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । 3ଟି ଯାକ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଚାଷୀ । ତେବେ ସରକାରଙ୍କ 9ଟି ପ୍ରସ୍ତାବ ଉପରେ ବିଚାରବିମର୍ଷ ପରେ ଚାଷୀ ନେଇଛନ୍ତି ନିଷ୍ପତ୍ତି ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଡିସେମ୍ବର 12ରେ ଜୟପୁର-ଦିଲ୍ଲୀ ରାଜପଥ ଅବରୋଧ କରିବେ ଚାଷୀ । ପ୍ରଦର୍ଶନ ସମୟରେ ରାଜପଥର ସମସ୍ତ ଟୋଲଗେଟକୁ ଖୋଲା ରଖି ଏହାକୁ ନିଶୁଳ୍କ କରିବା ନେଇ ଚାଷୀଙ୍କ ସୂଚନା । ସେହିପରି ଡିସେମ୍ବର 14ରୁ ସବୁ ରାଜ୍ୟର ପ୍ରତି ଜିଲ୍ଲାରେ ଆରମ୍ଭ ହେବ ଚାଷୀଙ୍କ ଧାରଣା ।

ସିଂଘୁ ସୀମାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାଷୀ ନେତା କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ତୀବ୍ର କରିବୁ । ସେହିପରି ଦିଲ୍ଲୀରେ ରାସ୍ତା ରୋକ ସହ ଡିସେମ୍ବର 12 ଯାଏଁ ଜୟପୁର-ଦିଲ୍ଲୀ ରାଜପଥ ଅବରୋଧ କରାଯିବ । ଦେଶବ୍ୟାପୀ ଜାରି ରହିବ ଏହି ଆନ୍ଦୋଳନ । ଚାଷୀ ନେତା କହିଛନ୍ତି, ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କୁ ଘେରାଓ କରାଯିବ । ଦିଲ୍ଲୀ ଓ ଏହାର ଆଖପାଖ ରାଜ୍ୟରେ 'ଦିଲ୍ଲୀ ଚାଲ'ର ହୁଙ୍କାର ଦେଇଛନ୍ତି ଚାଷୀ ।

ଅନ୍ୟପକ୍ଷେ ଚାଷୀଙ୍କ ପକ୍ଷରୁ ରିଲାଏନ୍ସ ଜିଓ ଉତ୍ପାଦକଗୁଡିର ବହିଷ୍କାର ପାଇଁ ଘୋଷଣା କରାଯାଇଛି । ସାରା ଦେଶରେ ବିଜେପି ନେତାଙ୍କୁ ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଦୀର୍ଘ 14 ଦିନ ହେବ ଏପରି ଭାବରେ ନିଜ ଦାବିକୁ ନେଇ ପ୍ରଦର୍ଶନ କରିଆସୁଛନ୍ତି ଚାଷୀ ।

ସେପଟେ କୃଷି ଆଇନକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ମଧ୍ୟରେ ଚାଷୀଙ୍କୁ ଏକ ଲିଖିତ ପ୍ରସ୍ତାବ ପଠାଇଥିଲେ ସରକାର । କୃଷି ଆଇନରେ କିଛି ସଂଶୋଧନ ପ୍ରସ୍ତାବ ଉପରେ ସରକାରଙ୍କ ପକ୍ଷରୁ ଲିଖିତ ଆଶ୍ବସନା ଦିଆଯାଇଥିଲା । ହେଲେ ଚାଷୀ କିନ୍ତୁ ନିଜ ଦାବିରେ ଅଟଳ ରହିଛନ୍ତି । ସେମାନଙ୍କ ଗୋଟିଏ ଜିଦ ରହିଛି ଯେ 3ଟି ଯାକ କୃଷି ଆଇନ ପ୍ରତ୍ୟାହର ହେଉ । ଯଦି ସରକାର ନିଜ ଜିଦରେ ଅଟଳ ରୁହନ୍ତି, ତାହେଲେ ଆମେ ମଧ୍ୟ ନିଜ ଦାବିରୁ ହଟିବୁ ନାହୁଁ ବୋଲି ସଫା ସଫା କହିଦେଇଛନ୍ତି ଚାଷୀ ନେତା ।

ନଜର ପକାନ୍ତୁ କଣ ରହିଥିଲା ଚାଷୀଙ୍କ ଦାବି ଓ ସରକାରଙ୍କ ପ୍ରସ୍ତାବ?

ଦାବି: କୃଷି ସୁଧାର ଆଇନ ପ୍ରତ୍ୟାହାର

ପ୍ରସ୍ତାବ: ଆଇନରେ ସେଇଠି ସମାଧାନ ଯେଉଁଠି ଆପତ୍ତି ଅଛି

ଦାବି: ବିଦ୍ୟୁତ ସଂଶୋଧନ ବିଲ୍‌ 2020କୁ ସମାପ୍ତ କରାଯାଉ

ପ୍ରସ୍ତାବ: ବର୍ତ୍ତମାନର କୃଷକଙ୍କ ବିଦ୍ୟୁତ ବିଲ୍ ଦେବାର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନାହିଁ

ଦାବି: ବ୍ୟବସାୟୀଙ୍କ ପଞ୍ଜୀକରଣ ବ୍ୟବସ୍ଥା କରିବା ପରିବର୍ତ୍ତେ ପାନ କାର୍ଡ ଆଧାରରେ ଚାଷୀଙ୍କଠାରୁ ଫସଲ କ୍ରୟ କରିବାର ଏକ ବ୍ୟବସ୍ଥା ଅଛି, ଯାହା ପ୍ରତାରଣା ହେବାର ଆଶଙ୍କା ରହିଛି

ପ୍ରସ୍ତାବ: ଉଠାଯାଇଥିବା ସନ୍ଦେହକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କୁ ଏଭଳି ଆଶଙ୍କା ନେଇ ନିୟମ ପ୍ରସ୍ତୁତ କରିବାକୁ କ୍ଷମତା ଦିଆଯାଇପାରିବ, ଯାହାଦ୍ବାରା ରାଜ୍ୟ ସରକାର ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ଚାଷୀଙ୍କ ହିତରେ ନିୟମ ପ୍ରସ୍ତୁତ କରିପାରିବେ

ଦାବି: ଚାଷୀଙ୍କ ଜମି ଚଞ୍ଚକତା ହୋଇପାରେ

ପ୍ରସ୍ତାବ: ସ୍ପଷ୍ଟ ରହିଛି ପ୍ରାବଧାନ, ତଥାପି କୌଣସି ସ୍ପଷ୍ଟୀକରଣର ଆବଶ୍ୟକତା ଥିଲେ ଏହା ଜାରି କରାଯିବ

Last Updated : Dec 9, 2020, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.