ETV Bharat / bharat

କୃଷି ଆନ୍ଦୋଳନକୁ ରାଜନୈତିକରଣ କରାଯାଉଛି; କେନ୍ଦ୍ରମନ୍ତ୍ରୀ ଭିକେ ସିଂ - agriculture bill

କୃଷି ଆଇନକୁ ନେଇ ଦେଶରେ ଜାରି ହୋଇଥିବା ଆନ୍ଦୋଳନ ଉପରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂ । କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ଏହି ଆଇନକୁ ନେଇ ପ୍ରକୃତ ଚାଷୀ ଖୁସି ଥିବା କହିଛନ୍ତି ଭିକେ ସିଂ । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀ ଭିକେ ସିଂ
କେନ୍ଦ୍ରମନ୍ତ୍ରୀ ଭିକେ ସିଂ
author img

By

Published : Dec 20, 2020, 7:19 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧ ହେଉଥିବା କୃଷକ ଆନ୍ଦୋଳନକୁ ରାଜନୈତିକରଣ କରାଯାଉଛି । କୃଷି ଆଇନକୁ ନେଇ ପ୍ରକୃତ ଚାଷୀମାନେ ଖୁସି ଅଛନ୍ତି । ହେଲେ ଏହି ଆଇନ ବିରୋଧରେ ରାଜନୀତିର ଫାଇଦା ନେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂ ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ କହିଛନ୍ତି ଯେ ଗତ 6 ମାସ ମଧ୍ୟରେ ପ୍ରକୃତ ଚାଷୀମାନେ ଏହାକୁ ନେଇ ଅତ୍ୟନ୍ତ ଆନନ୍ଦିତ। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଭୟ ଦୂର କରିବାକୁ ଚେଷ୍ଟା କରି କହିଛନ୍ତି ଯେ ଚୁକ୍ତିନାମା(କଣ୍ଟ୍ରାକ୍ଟ ଫାର୍ମିଂ) ଚାଷ କେବଳ ଚାଷୀଙ୍କୁ ଉପକୃତ କରିବ। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ କରିଛନ୍ତି ଯେ ଚାଷୀଙ୍କୁ ସମସ୍ତ ସୁବିଧା ଲାଭ ହେବ । କୃଷକଙ୍କ ଅପେକ୍ଷା ବର୍ତ୍ତମାନର ଆନ୍ଦୋଳନ ଅଧିକ ରାଜନୈତିକ। ମୁଖ୍ୟତଃ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଗତ 25 ଦିନ ଧରି ଦିଲ୍ଲୀରେ ବିରୋଧ କରିଆସୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ରାଜନୈତିକ ଦଳ, କଂଗ୍ରେସ, ଆପ୍ ହେଉ କିମ୍ବା ଶରଦ ପୱାରଙ୍କ ନେତୃତ୍ବରେ ଏନସିପି, ସମସ୍ତେ ଚାହୁଁଥିଲେ ଯେ କୃଷକମାନେ କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏମସି) ରୁ ସ୍ବାଧୀନତା ପାଆନ୍ତୁ । ଚାଷ କ୍ଷେତ୍ର ପାଇଁ ମୋଦିଙ୍କର ସର୍ବୋଚ୍ଚ ସମ୍ମାନ ରହିଛି ଏବଂ ସରକାର ଚାଷୀଙ୍କ ସହ ଅଛନ୍ତି । ବୀମା ତଥା ମୃତ୍ତିକା କାର୍ଡ ସମେତ ବିଭିନ୍ନ ଯୋଜନାରେ ଚାଷୀ ଉପକୃତ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଚୁକ୍ତିଭିତ୍ତିକ ଚାଷ ଉପରେ ସେ କହିଛନ୍ତି ଯେ ସରକାର ମୂଲ୍ୟବୃଦ୍ଧି ନିର୍ବିଶେଷରେ ଚାଷୀଙ୍କୁ ଲାଭ ପାଇବାକୁ ସୁନିଶ୍ଚିତ କରିଛନ୍ତି । ଏହି ଚୁକ୍ତିନାମାରୁ ଜମି ମୁକ୍ତ ଏବଂ ସୁରକ୍ଷା ଯୋଗାଇ ଦିଆଯାଉଛି । କୃଷକଙ୍କୁ ଶୋଷଣରୁ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.