ETV Bharat / bharat

ସରକାର ବଦଳାଇ ପାରିବେ ଚାଷୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

author img

By

Published : May 23, 2022, 12:38 PM IST

ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନା ଜଣାଇବା ସହ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ସେହିପରି ମୃତ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି କେସିଆର । ଏହି ଅବସରରେ ଆୟୋଜିତ ସଭାରେ ଯୋଗ ଦେଇ ଚାଷୀମାନେ ଚାହିଁଲେ କେନ୍ଦ୍ରରେ ସରକାର ବଦଳାଇ ପାରିବେ ବୋଲି କହିଛନ୍ତି ସେ । ଅଧିକ ପଢନ୍ତୁ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ବିରୋଧୀଙ୍କୁ ଦୁର୍ବଳ କରିବାକୁ କୃଷକଙ୍କୁ ଶକ୍ତିଶାଳୀ ହେବାକୁ କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରବିବାର ପଞ୍ଜାବ ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନନା ଜଣାଇବା ସହ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ମୃତ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି କେସିଆର । ଏହି ଅବସରରେ ଆୟୋଜିତ ସଭାରେ ଯୋଗ ଦେଇ ଚାଷୀମାନେ ଚାହିଁଲେ କେନ୍ଦ୍ରରେ ସରକାର ବଦଳାଇ ପାରିବେ ବୋଲି କହିଛନ୍ତି କେସିଆର ।

ସରକାର ବଦଳାଇ ପାରିବେ ଚାଷୀ
ସରକାର ବଦଳାଇ ପାରିବେ ଚାଷୀ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ସେ । ଫସଲ ଉପରେ ସହାୟକ ମୂଲ୍ୟ ନ ମିଳିବା ଯାଏ ଏହି ଆନ୍ଦୋଳନ ଜାରି ରଖିବା ଉଚିତ । କୃଷି ଆଇନକୁ ବିରୋଧ କରିଥିବା ଚାଷମାନଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରାଯାଇଥିଲା । ମୁଁ କୃଷି ନେତାମାନଙ୍କୁ ଆହ୍ବାନ କରୁଛି କେବଳ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ କିମ୍ବା ଦିଲ୍ଲୀ ନୁହେଁ ସମଗ୍ର ଦେଶକୁ ଏହି ଆନ୍ଦୋଳନ ପ୍ରସାରିତ ହେଉ । କୃଷକମାନେ ଚାହିଁଲେ କେନ୍ଦ୍ର ସରକାରଙ୍କୁ ବଦଳାଇପାରିବେ ବୋଲି ସେ କହିଛନ୍ତି କେ.ଚନ୍ଦ୍ରଶେଖର ରାଓ । ଏହା ସହିତ ଦେଶରେ ଦରଦାମ ବୃଦ୍ଧି ନେଇ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ କେସିଆର ।

ସରକାର ବଦଳାଇ ପାରିବେ ଚାଷୀ
ସରକାର ବଦଳାଇ ପାରିବେ ଚାଷୀ

ସୂଚନା ଅନୁଯାୟୀ, କେସିଆର ଗଲୱାନ ଘାଟିରେ ଶହୀଦ ହୋଇଥିବା ସୈନ୍ୟ ଏବଂ ଚାଷୀ ଆନ୍ଦୋଳନ ସମୟରେ ଜୀବନ ହରାଇଥିବା କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ସହିତ ପୀଡିତଙ୍କୁ 3 ଲକ୍ଷ ଟଙ୍କା ଏବଂ 10 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ କୃଷକ ନେତା ରାକେଶ ଟିକାୟତ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.