ETV Bharat / bharat

କୃଷି ଆନ୍ଦୋଳନକୁ ପୁରିଲା 7 ମାସ, ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ଆଜି କୃଷକ ଆନ୍ଦୋଳନକୁ ପୁରିଲା 7 ମାସ । ଆଜି ଆନ୍ଦୋଳନକୁ ଓହ୍ଲାଇ ଦେଶର ସମସ୍ତ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବେ ଚାଷୀ । ଅଧିକ ପଢନ୍ତୁ....

କୃଷି ଆନ୍ଦୋଳନକୁ ପୁରିଲା 7 ମାସ, ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

author img

By

Published : Jun 26, 2021, 9:45 AM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ସାମାନ୍ୟ ଥମି ଥିବା ବେଳେ କୃଷି ଆଇନକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଆଜି କୃଷକ ମାନେ ପୁଣି ଗାଜିପୁର ସୀମାରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । କୃଷକ ମାନେ ଆନ୍ଦୋଳନ କରି ସାରା ଦେଶର ରାଜ୍ୟପାଳଙ୍କୁ ଭେଟି କୃଷି ଆଇନ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିବେ । ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ ଏହା ପୂର୍ବରୁ ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ମାସ 26 ତାରିଖରେ ଆମେ ଆନ୍ଦୋଳନ କରିବୁ । ଯେପର୍ଯ୍ୟନ୍ତ ଆମ ଦାବି ପୂରଣ ନହେଇଛି ।

ଭାରତୀୟ କୃଷି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୌଧୁରୀ ନରେଶ ଚିକାୟତ କହିଛନ୍ତି ଯେ, ସରକାର ଏନେଇ ତତ୍ପର ହୋଇପଡିଛନ୍ତି । 7 ମାସ ଧରି ଦେଶର ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି, ହେଲେ ସରକାର ଏଥି ପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନାହାନ୍ତି ।

ଭାରତୀୟ କିଷାନ ୟୁନିଅନର ସୁପ୍ରିମୋ କହିଛନ୍ତି ଯେ 10 ପ୍ରତିଶତ ଲୋକଙ୍କ ମନମାନିକୁ ନେଇ 90 ପ୍ରତିଶତ ଲୋକଙ୍କୁ ଅଣଦେଖା କରିବା କଥା ନୁହେଁ । କୃଷି ମନ୍ତ୍ରୀ ଯଦି ସତରେ କୃଷି ମନ୍ତ୍ରୀ ହୋଇଥାନ୍ତେ ତେବେ ଚାଷୀଙ୍କ ସମସ୍ୟା କୌଣସି ସମୟରେ ସମାଧାନ ହୋଇପାରିଥାନ୍ତା । ମୋଦି ସରକାରରେ କୌଣସି ମନ୍ତ୍ରୀଙ୍କୁ କ୍ଷମତା ଦିଆଯାଇନାହିଁ ।

ଭିକେୟୁ ସଭାପତି ନରେଶ ଟିକାୟତ କହିଛନ୍ତି ଯେ ସରକାର ତତ୍ପରତା ପ୍ରକାଶ କରୁଛନ୍ତି । ନୂଆ କୃଷି ଆଇନ ଭୁଲ ଅଟେ ସେଗୁଡିକୁ ଫେରାଇ ନିଅନ୍ତୁ । ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ସରକାର ପରାଜିତ ହେବେ ତାହା ନୁହଁ ବରଂ ଆମେ ଚାହୁଁ ଯେ କୃଷକ ଜିତିବା ଉଚିତ ଓ ସରକାର ମଧ୍ୟ ଜିତିବା ଉଚିତ । ଏହି ସରକାର କୃଷକମାନଙ୍କ ପାଇଁ ଗାଦିକୁ ଆସିଛନ୍ତି । ଏହା କୃଷକଙ୍କ ସରକାର, ତେଣୁ ବିଜୟ କିମ୍ବା ପରାଜୟର ପ୍ରଶ୍ନ ନାହିଁ । ଦେଶର କୃଷକ ଦୁର୍ବଳ ନୁହଁନ୍ତି । ସରକାର ତାଙ୍କ ଜିଦ୍ ଛାଡିବାକୁ ପଡିବ । ଟ୍ରାକ୍ଟର ପଦଯାତ୍ରା ଅନ୍ୟ ଜିଲ୍ଲାମାନଙ୍କରୁ ଗାଜିପୁର ସୀମାରେ ମଧ୍ୟ ପହଞ୍ଚିବ ।

ସୂଚନାଅନୁଯାଇ 3 ନୂତନ କୃଷି ନିୟମ ବିରୋଧରେ କୃଷକମାନେ ଦୀର୍ଘ ଦିନ ଧରି ଦିଲ୍ଲୀରେ ଆନ୍ଦୋଳନରେ ବସିଥିଲେ । 26 ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି କୃଷକ ଆନ୍ଦୋଳନ ଏବେ 7ମାସ ପୁରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.