ETV Bharat / bharat

ମୃତଦେହ ସହ ଦେଢ଼ବର୍ଷ, ଜୀବିତ ଭାବି ସେବା କରୁଥିଲେ

author img

By

Published : Sep 25, 2022, 3:56 PM IST

ଉତ୍ତର ପ୍ରଦେଶର କାନପୁରରେ ଆଶ୍ଚର୍ଯ୍ୟଜନକ ଘଟଣା । ଜୀବିତ ଭାବି ଦେଢ଼ବର୍ଷ ଧରି ମୃତଦେହର ସେବା କରୁଥିଲେ ପରିବାର ଲୋକେ। ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅଧିକ ପଢ଼ନ୍ତୁ

family members keeps corpse of man who died last year april in kanpur
ମୃତଦେହ ସହ ଦେଢ଼ବର୍ଷ, ଜୀବିତ ଭାବି କରୁଥିଲେ ସେବା

ଲକ୍ଷ୍ନୌ: ମୃତଦେହ ସହ କାଟିଲେ ଦେଢ଼ବର୍ଷ । ପ୍ରାୟ ଦେଢ଼ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ପରିବାର ଲୋକେ ପାଖରେ ପାଖରେ ରଖିଥିଲେ । ଖାଲି ସେତିକି ନୁହେଁ ସ୍ବାମୀ କୋମାରେ ଅଛନ୍ତି ଭାବି ପ୍ରତିଦିନ ମୃତଦେହ ଉପରେ ଗଙ୍ଗା ଜଳ ଛିଞ୍ଚୁଥିଲେ ପତ୍ନୀ । ଉତ୍ତର ପ୍ରଦେଶର କାନପୁରର ରୋଶନ ନଗର ଅଞ୍ଚଳରୁ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ରୋଶନ ନଗର ଅଞ୍ଚଳର ଆୟକର ବିଭାଗର କର୍ମଚାରୀ ବିମଲେଶ କୁମାରଙ୍କ କୋରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ 2021 ମସିହା ଏପ୍ରିଲ 22ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତ୍ୟୁ ପ୍ରମାଣ ପତ୍ର ଦେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । କିନ୍ତୁ ପୁଅ ଜୀବିତ ଥିବା କହି ପରିବାର ଲୋକେ ତାଙ୍କ ପାଖରେ ରଖିଥିଲେ । ମୃତଦେହକୁ ଜୀବିତ ଭାବି ପରିବାର ଲୋକେ ସେବାରେ ଲାଗିପଡ଼ିଥିଲେ । ଦିନେ କି ଦୁଇ ଦିନ ନୁହେଁ ଦେଢ ବର୍ଷ ଧରି ବିମଲେଶଙ୍କ ଯତ୍ନ ନେଉଥିଲେ ପରିବାର ଲୋକେ । ଘରେ ମୃତଦେହ ରଖିବା ଖବର ସାମ୍ନାକୁ ଆସିବା ପରେ ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ଟିମ ଘଟଣାସ୍ଥଳରେ ପହିଞ୍ଚି ଥିଲେ ଏବଂ ଯାଞ୍ଚ ପାଇଁ ପଠାଇ ପୁନଃ ମୃତ ଘୋଷଣା କରିଥିଲେ । ପଡ଼ୋଶୀ ବିମଲେଶଙ୍କ ବିଷୟରେ ପଚାରିଲେ ସେ କୋମାରେ ଅଛନ୍ତି ବୋଲି ପରିବାର ଲୋକେ କହୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ପୁଣି ୟୁପିରେ ଲଜ୍ଜା, ଘରୁ ଡାକି ନେଇ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ

ଏନେଇ ମୃତକଙ୍କ ବାପା କହିଛନ୍ତି, " ମୃତ୍ୟୁର ପରଦିନ ବିମଳେଶଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ହୋଇଥିଲା । ଏତିକି ବେଳେ ତାଙ୍କ ଶରୀର ହଲଚଲ ହେବା ଅନୁଭବ ହୋଇଥିଲା । ଏହାପରେ ଅନ୍ତିମ ସଂସ୍କାର ବନ୍ଦ କରାଗଲା ।" ପରିବାର ଲୋକେ ଶେଷ ପର୍ଯ୍ୟନ୍ତ କହୁଥିଲେ ବିମଲେଶ ନିଶ୍ବାସ ପ୍ରଶ୍ବାସ ନେଉଥିଲେ, ଯଦିଓ ଡାକ୍ତର ବିମଲେଶଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ବାପା ତାଙ୍କ ପୁଅ ବଞ୍ଚିଥିବା ଜିଦ କରିଥିଲେ । ପୋଲିସର ଅନେକ ବୁଝାସୁଝା ପରେ ପରିବାର ଲୋକେ ବିମଲେଶଙ୍କ ଅନ୍ତିମ ସଂସ୍କାର କରିବାକୁ ରାଜି ହୋଇଥିଲେ ।

ପୋଲିସ ଓ ମେଡିକାଲ ଟିମ ବିମଲେଶଙ୍କ ମୃତଦେହକୁ ଏଲଏଲଆର ହସପିଟାଲକୁ ନେଇଥିଲେ । ସେତେବେଳେ ସ୍ଥାନୀୟ ଲୋକଙ୍କ କହିବ କଥା ହେଲା ମୃତଦେହରୁ କୌଣସି ଦୁର୍ଗନ୍ଧ ବାହାରୁନଥିଲା । ଏନେଇ ପୋଲିସ ଟିମ ପରିବାର ଲୋକଙ୍କୁ ପଚାରିଥିଲେ । ପୋଲିସର ପ୍ରାଥମିକ ଯାଂଚ ବେଳେ ବିମଲେଶଙ୍କ ମୃତଦେହକୁ ଗୋଟଏ ଶୀତାତାପ କଠୋରୀରେ ରଖିଥିଲେ । ପ୍ରତିଦିନ ମୃତଦେହକୁ ଡେଟଲରେ ପୋଛିବା ସହ ପିନ୍ଧାଲୁଗା ବଦଳାଉଥିଲେ ।

ସେପଟେ ଜଏଣ୍ଟ ପୋଲିସ କମିଶନର ଆନନ୍ଦ ପ୍ରକାଶ ତିୱାରୀ ଏହି ଘଟଣାର ଯାଂଚ କରିବାକୁ ଏଡିସିପି ଲାଖନ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାତ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ମୃତଦେହକୁ କିପରି ଭାବେ ସଂରକ୍ଷିତ କରି ରଖିଥିଲେ ପରିବାର ଲୋକେ । ଶବ ଦେହରେ କୌଣସି ବିଶେଷ ଲେପ କିମ୍ବା କେମିକାଲ ଲଗାଇ ରଖାଯାଇଥିଲା ନା କୌଣସି ତନ୍ତ୍ର ମନ୍ତ୍ର କରାଯାଇଥିଲା ସେନେଇ ଯାଂଚ କରିବ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.