ସିମଲା: କୋରୋନା ରୋଗୀଙ୍କ ଦେଖାଶୁଣା କରିପାରିବେ ତାଙ୍କ ପରିବାର । ହିମାଚଳ ପ୍ରଦେଶର ସବୁଠୁ ବଡ ହସ୍ପିଟାଲ କୁହାଯାଉଥିବା ଆଇଜିଏମସିରେ ଏବେ କୋରୋନା ରୋଗୀଙ୍କ ପରିଜନ କୋଭିଡ ରୋଗୀଙ୍କ ଦେଖାଶୁଣା କରିପାରିବେ । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି ।
କୋରୋନା ପ୍ରୋଟୋକଲ ନିୟମକୁ ପାଳନ କରି କୋରୋନା ରୋଗୀଙ୍କ ୱାର୍ଡକୁ ଏଣିକି ତାଙ୍କ ପରିଜନ ଯାଇପାରିବେ । ଯାହାଫଳରେ ଏବେ କୌଣସି କୋରୋନା ରୋଗୀଙ୍କ ନିକଟକୁ ତାଙ୍କ ପରିଜନ ସାଥିରେ ଯାଇପାରିବେ । ଏବଂ ତାଙ୍କ ଦେଖାଶୁଣା କରିପାରିବେ ।
ଏବେ ପରିଜନଙ୍କୁ ମଧ୍ୟ କୋରୋନା ରୋଗୀଙ୍କ ସହ ହସ୍ପିଟାଲରେ ତାଙ୍କ ଦେଖାଶୁଣା ପାଇଁ ଆଡମିଟ କରିହେବ । ଏଭଳି ନିଷ୍ପତି ନେବାରେ ଆଇଜିଏମସି ହସ୍ପିଟାଲ ଦେଶର ପ୍ରଥମ । ଯିଏ କୋରୋନା ରୋଗୀଙ୍କ ଚିକିତ୍ସା ସମୟରେ ତାଙ୍କ ପରିଜନଙ୍କୁ ତାଙ୍କ ସହ ରହିବାକୁ ଅନୁମତି ପ୍ରଦାନ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ