ETV Bharat / bharat

ଜୀବନ ନେଲା କୋଇଲା ଧୂଆଁ, ଶ୍ବାସରୁଦ୍ଧ ହେବାରୁ ଗୋଟିଏ ପରିବାରର 4 ମୃତ

author img

By ETV Bharat Odisha Team

Published : Sep 19, 2023, 8:44 AM IST

କୋଇଲା ଧୂଆଁରେ ଶ୍ବାସରୁଦ୍ଧ ହେବାରୁ ଚାଲିଗଲା ଜୀବନ। ଗୋଟିଏ ପରିବାରର 4 ମୃତ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ରୁମକୁ ଗରମ ଓ ମଶା ଦାଉରୁ ରକ୍ଷା ପାଇଭା ପାଇଁ କୋଇଲା ଧୂଆଁ ଦେଇଥିଲେ । ଧୂଆଁରେ ଅଣନିଶ୍ବାସୀ ହୋଇ ଗୋଟିଏ ପରିବାରର 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ଡୋଡାବାଲାପୁରାରେ । ସମସ୍ତ ମୃତକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଏହା ମଧ୍ୟ ପଢନ୍ତୁ-ବାଥରୁମରେ ଗ୍ୟାସ ଗିଜରରୁ ବିଷାକ୍ତ ଗ୍ୟାସ ଲିକ, ଶ୍ବାସରୁଦ୍ଧ ହୋଇ ଦମ୍ପତିଙ୍କ ମୃତ୍ୟୁ !

ମିଳିଥିବା ସୂଚନା ଅନୁଯାୟୀ ମଶା ଦାଉରୁ ରକ୍ଷା ପାଇବା ପାଇଁ ମୃତକ ଚାରି ଜଣ ଘର ମଧ୍ୟରେ ଏକ ବକ୍ସ ରଖି କୋଇଲା ରଖିଥିଲେ । ସମୟ ସମୟରେ ଘରେ ମଶା ନହେବା ପାଇଁ ଧୂଆଁ ଦେଉଥିଲେ । ଶନିବାର ରାତିରେ ଶୋଇଥିବା ସମୟରେ ଘରର କବାଟ ବନ୍ଦ କରି କୋଇଲା ଧୂଆଁ ଦେଇଥିଲେ। ଏହାପରେ ସମସ୍ତେ ଶୋଇ ପଡ଼ିଥିଲେ । ବିଳମ୍ବିତ ରାତିରେ ଧୂଆଁ ଅଧିକ ହୋଇଯିବାରୁ ସମସ୍ତେ ଅଣନିଶ୍ବାସୀ ହୋଇ ପଡ଼ିଥିଲେ । ଅମ୍ଳଜାନର ଅଭାବ ଏବଂ କାର୍ବନ ମନୋକ୍ସାଇଡର ମାତ୍ରା ବୃଦ୍ଧି ହେତୁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଉତ୍ତର ପ୍ରଦେଶରେ ବିଷାକ୍ତ ଗ୍ୟାସରେ ଗଲା ତିନି ଚାଷୀଙ୍କ ଜୀବନ, 5ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

4 ମୃତକଙ୍କ ମଧୟରେ ଜଣେ ହେଉଛନ୍ତି କାଲେ ସରେରା । ସେ ଏକ କୁକୁଡ଼ା ଫାର୍ମରେ କାମ କରନ୍ତି । ରବିବାର ସକାଳ ସମୟରେ ଘରର ମାଲିକ କାଲେ ସରେରାଙ୍କୁ କଲ କରିଥିଲେ । କିନ୍ତୁ ସେ କୌଣସି ଉତ୍ତର ନଦେବାରୁ ସେ ଘରେ ପହଞ୍ଚି କବାଟ ବାଡ଼େଇଥିଲେ । ଏହାପରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଘରର ମାଲିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ-MP: ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୫ ଶ୍ରମିକ ମୃତ

ଗତ ଅଗଷ୍ଟ ମାସରେ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଗୋଟିଏ ବଡ଼ ଅଘଟଣ ଘଟିଥିଲା । ମୋରେନା ଜିଲ୍ଲାର ଜରେରୁଆ ଅଞ୍ଚଳରେ ଥିବା ଗୋଟିଏ ଫୁଡ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ସେଠାରେ କାମ କରୁଥିବା ୫ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ସବୁ ଶ୍ରମିକମାନେ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିଲେ । ଗ୍ୟାସ ଲିକ୍ ସମ୍ପର୍କରେ ଖବର ପାଇ ପୋଲିସ, ପ୍ରଶାସନିକ ଅଧିକାରୀ ଓ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.