ETV Bharat / bharat

ପୋଲିସ ମାଡରେ ଯୁବତୀଙ୍କ ମୃତ୍ୟୁ, ଜଣେ ଆହତ

author img

By

Published : May 2, 2022, 11:40 AM IST

ସୀମା ଟପିଲା ପୋଲିସର ବର୍ବରତା । ପୋଲିସ ମାଡରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ । ଅଧିକ ପଢନ୍ତୁ

ପୋଲିସ ମାଡରେ ଯୁବତୀଙ୍କ ମୃତ୍ୟୁ, ଜଣେ ଆହତ
ପୋଲିସ ମାଡରେ ଯୁବତୀଙ୍କ ମୃତ୍ୟୁ, ଜଣେ ଆହତ

ଲକ୍ଷ୍ନୌ: ଖାକି ବର୍ଦ୍ଦିର ଦମ୍‌ ଦେଖାଇଲେ ପୋଲିସ ବାବୁ । ବାପାଙ୍କ ନାମରେ ଅପରାଧିକ ମାମଲା ରହିଥିବାରୁ ଅପରାଧୀ ବାପାଙ୍କୁ ଖୋଜିବାକୁ ଯାଇଥିଲା ପୋଲିସ । ମାତ୍ର ବାପାଙ୍କୁ ନପାଇ ଘରେ ଥିବା ଦୁଇ ଝିଅଙ୍କ ଉପରେ ପୋଲିସ ସବୁ ରାଗ ସୁଝାଇଦେଲା । ଦୁଇ ଝିଅଙ୍କୁ ପୋଲିସ ଏପରି ମାଡ ମାରିଲା ଯେ, ଜଣଙ୍କର ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଚନ୍ଦୋଲି ଅଞ୍ଚଳର ମନରାଜପୁର ଗାଁରେ । ମୃତଦେହ ଛାଡି ପୋଲିସ ପଳାଇଥିବା ବେଳେ ଗ୍ରାମବାସୀ ରାସ୍ତା ରୋକ୍‌ କରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସୟଦରାଜା ଥାନା ଅଞ୍ଚଳର ମନରାଜପୁର ଗ୍ରାମକୁ ଜଣେ ଅପରାଧିଙ୍କୁ ଖୋଜିବାକୁ ଯାଇଥିଲା ପୋଲିସ । କିନ୍ତୁ ଅପରାଧି ଜଣଙ୍କ ନମିଳିବାରୁ ତାଙ୍କ ୨ଝିଅଙ୍କୁ ପୋଲିସ ମାଡ ମାରିଥିଲା । ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିବା ପରେ ପୋଲିସ ମୃତଦେହ ଛାଡି ପଳାଇଥିଲା ।

ଏହି ଘଟଣା ନେଇ ଗ୍ରାମବାସୀ ଉତ୍ତେଜିତ ହେବା ସହ ଜାତୀୟ ରାଜପଥ ଅବରୋଧ କରି ଗାଡି ଭଙ୍ଗାରୁଜା କରିଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ୨ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲା ସୂଚନା ମିଳିଛି । ତେବେ ପୋଲିସର ଏପରି ବର୍ବରତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.