ETV Bharat / bharat

ଗୁଜୁରାଟରେ ନକଲି ଟୋଲ ପ୍ଲାଜା, ସରକାରଙ୍କୁ ଦେଢ ବର୍ଷ ଧରି ଲଗାଉଥିଲେ ଚୂନ

author img

By ETV Bharat Odisha Team

Published : Dec 9, 2023, 5:24 PM IST

ଦିନେ କି ୨ ଦିନ ନୁହେଁ, ଦୀର୍ଘ ଦେଢ ବର୍ଷ ଧରି ଗୁଜୁରାଟ ମର୍ବି ଜିଲ୍ଲାରେ ଚାଲିଆସୁଥିଲା ନକଲି ଟୋଲ ପ୍ଲାଜା । ସ୍ଥାନୀୟ ପ୍ରଶାସନିକ ଅଧିକାରୀ କି ପୋଲିସ ପାଉନଥିଲେ ଟେର । ଅଧିକ ପଢନ୍ତୁ

Fake toll Plaza in Gujarat
Fake toll Plaza in Gujarat

ଗାନ୍ଧୀନଗର: ଗୁଜୁରାଟ ମର୍ବ ଜିଲ୍ଲାର ବମନବୋର-କଚ୍ଛ ଜାତୀୟ ରାଜପଥରେ ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଆସୁଥିଲା ଏକ ନକଲି ଟୋଲ ପ୍ଲାଜା । ଆଉ କିଛି ଦୁର୍ବୃତ୍ତ ଏତେ ଦିନ ଧରି ସରକାରୀ ଅଫିସର, ପୋଲିସ ଓ ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇଆସୁଥିଲେ । ହେଲେ ଏହି ଠକେଇର କେହି ଟେର ବି ପାଇପାରୁନଥିଲେ । ଏଭଳି ଦୀର୍ଘ ୧.୫ ବର୍ଷ ଧରି ଟୋଲ ପ୍ଲାଜା ଚଳାଇଆସୁଥିବା ଠକ ଗୋଷ୍ଠୀଙ୍କ ଗୁମର ଫିଟିଛି । ଏହି ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ ଏବେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ ଏହି ଟୋଲ ପ୍ଲାଜା ଏକ ଘରୋଇ ଜମିରେ ନିର୍ମାଣ ହୋଇଥିବା ବେଳେ ମର୍ବି ଜିଲ୍ଲାର ସରକାରୀ ଅଫିସରଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଠକେଇର ଶିକାର ହୋଇଥିଲେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଠକମାନେ ଦୀର୍ଘ ଦେଢ ବର୍ଷ ଧରି ଏପରି କାର୍ଯ୍ୟ କରିଆସୁଥିଲେ । ସେହି ରାସ୍ତା ଦେଇ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯିବା ଆସିବା କରୁଥିଲେ, ମାତ୍ର ଏ ସମ୍ପର୍କରେ କେହି ସୁରାକ ମଧ୍ୟ ପାଇନଥିଲେ । ବମନବୋର-କଚ୍ଛ ଜାତୀୟ ରାଜପଥରେ ଥିବା ଭଘାସିଆ ଟୋଲ ପ୍ଲାଜା ମ୍ୟାନେଜରଙ୍କ କହିବାନୁସାରେ ଯେଉଁ ସ୍ଥାନରେ ଟୋଲ ପ୍ଲାଜା ନିର୍ମିତ ହୋଇଥିଲା, ସେହି ଜମିର ମାଲିକ ପ୍ରତିଦିନ ହଜାର ହଜାର ଟଙ୍କା ଟୋଲ ପ୍ଲାଜାରେ ରୋଜଗାର କରୁଥିଲେ ।

ଏହା ବି ପଢନ୍ତୁ- ଟୋଲ ପ୍ଲାଜାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ, ଟୋଲ ଗେଟ୍ ଖୋଲିବାରୁ ତୀବ୍ର ବିରୋଧ

ଏହି ଠକେଇ କାର୍ଯ୍ୟରେ ସମ୍ପୃକ୍ତ କିଛି ଦୁର୍ବୃତ୍ତ ଉକ୍ତ ରାସ୍ତା ଦେଇ ଆସୁଥିବା ଯାନକୁ ଏହି ନକଲି ଟୋଲ ପ୍ଲାଜା ଦେଇ ଯିବାକୁ ରାସ୍ତା ବତାଉଥିଲେ । ପ୍ରତିଦିନ ଏହି ନକଲି ଟୋଲ ପ୍ଲାଜା ଦେଇ ଯାଉଥିବା ଯାନବାହନଠାରୁ ବେଆଇନ ଭାବେ ଟ୍ୟାକ୍ସ ସଂଗ୍ରହ କରାଯାଉଥିଲା । ଗୋଟିଏ କି ଦୁଇ ଦିନ ନୁହେଁ, ଦୁର୍ବୃତ୍ତମାନେ ଦୀର୍ଘ ଦେଢ ବର୍ଷ ଧରି ଏପରି କରିଆସୁଥିଲେ । ଏନେଇ ମର୍ବି ଜିଲ୍ଲାପାଳ ଜିଟି ପାଣ୍ଡ୍ୟା କହିଛନ୍ତି, " ଆମେ ଖବର ପାଇଥିଲୁ ଯେ ଯାନବାହନଗୁଡିକ ଭର୍ଘାସିଆ ଟୋଲ ପ୍ଲାଜା ନ ଦେଇ ଅନ୍ୟ ଏକ ରାସ୍ତା ଦେଇ ଯାଉଛନ୍ତି ଏବଂ ଉକ୍ତ ଟୋଲ ପ୍ଲାଜାରୁ ଟ୍ୟାକ୍ସ ସଂଗ୍ରହ କରାଯାଉଛି । ଏହାପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।"

ଏହି ଠକେଇ କାର୍ଯ୍ୟରେ ସମ୍ପୃକ୍ତ ହ୍ବାଇଟ ହାଉସ ସେରାମିକ କମ୍ପାନୀର ମାଲିକ ଅମର୍ଶୀ ପଟେଲ, ବନରାଜ ସିଂ ଝାଲା, ହରବିଜୟ ସିଂ ଝାଲା, ଧର୍ମେନ୍ଦ୍ର ସିଂ ଝାଲା, ଯୁବରାଜ ସିଂ ଝାଲା ଓ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉକ୍ତ ଅଞ୍ଚଳରେ କିଛି ଦୁର୍ବୃତ୍ତ ଟ୍ରକ ଡ୍ରାଇଭରମାନଙ୍କଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ସହିତ ଉକ୍ତ ନକଲି ଟୋଲ ପ୍ଲାଜାରେ ଟ୍ୟାକ୍ସ ଭରିବାକୁ ମଧ୍ୟ ଜବରଦସ୍ତି କରୁଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.