ETV Bharat / bharat

ବିନା MBBSରେ ଡାକ୍ତର: 43 ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କୁ କରିଥିଲା ଚିକିତ୍ସା, ବାନ୍ଧିଲା ପୋଲିସ

author img

By

Published : Aug 4, 2022, 1:50 PM IST

ତେଲେଙ୍ଗାନାର ୱାରଙ୍ଗଲରୁ ଠକ ଡାକ୍ତର ଗିରଫ । ନକଲି ଏମବିବିଏସ ସାର୍ଟିଫିକେଟ, 1.90 ଲକ୍ଷ ନଗଦ ଟଙ୍କା, ଗୋଟିଏ ଲାପଟପ, ତିନୋଟି ସେଲଫୋନ ସହ ଲ୍ୟାବ ସାମଗ୍ରୀଙ୍କୁ ମଧ୍ୟ ଜବତ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ତରୁନ ଜୋଶୀ (Police Commissioner Tarun Joshi) । ଅଧିକ ପଢନ୍ତୁ

ୱାରଙ୍ଗାଲରୁ ଠକ ଡାକ୍ତର ଗିରଫ:ରୋଗୀଙ୍କୁ ଠକି ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା

ହାଇଦ୍ରାବାଦ: ଏମବିବିଏସ (MBBS) ପାଠ ନ ପଢିବି ନିଜକୁ ବୋଲାଉ ଥିଲେ ଡାକ୍ତର । କ୍ଲିନିକ ଖୋଲି ରୋଗୀଙ୍କୁ ଠକି ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଦୀର୍ଘ 4 ବର୍ଷ ଧରି ପାଖାପାଖି ୪୩ ହଜାର ରୋଗୀ ବି ଦେଖିଛନ୍ତି । ତେବେ ଏଭଳି ଜଣେ ଠକ ଡାକ୍ତରଙ୍କୁ ବାନ୍ଧିଛି ୱାରଙ୍ଗାଲ କମିଶନର ଟାସ୍କ ଫୋର୍ସ ପୋଲିସ(Warangal Commissionerate Task Force Police) ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ତେଲେଙ୍ଗାନା (Warangal) ଓ୍ବାରଙ୍ଗଲ ଅଞ୍ଚଳରେ ମୁଜତାବା ଅହେମ୍ମଦ (Mujtaba Ahmed) । ଫାର୍ମାସି ପାଠ ଛାଡି ସ୍ଥାନୀୟ ଅଞ୍ଚଳର ଏକ ଡାକ୍ତରଙ୍କ ପାଖରେ କିଛି ଦିନ ସହାୟକ ଭାବେ କାର୍ଯ୍ୟ କରିଥିଲେ । ପରେ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ଏମବିବିଏସର ଏକ ନକଲି ସାଟିପିକେଟ ତିଆରି କରିଥିଲା । ପରେ ସେ ୨୦୧୮ ମସିହାରେ ଓ୍ବାରଙ୍ଗଲର ଚିନ୍ତଲ ଅଞ୍ଚଳରେ ଏକ ହେଲଥକେୟାର ଫାର୍ମାସି ନାମକ ଏକ କ୍ଲିନିକ ଖୋଲିଥିଲେ । ଯେଉଁଠାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ।

ସେ ଡାଇଗ୍ନୋଷ୍ଟିକ୍ ଟେଷ୍ଟ କରିବା ସହ ଆବଶ୍ୟକ ନ ଥିବା ଔଷଧ ମଧ୍ୟ ରୋଗୀଙ୍କୁ ଦେଉଥିଲେ । ଏପରିକି ଛୋଟ ରୋଗ ହୋଇଥିବା ରୋଗୀଙ୍କୁ ଡରାଇ ବଡ ବଡ ମେଡିକାଲକୁ ପଠାଉଥିଲା । ଆଉ ସେଥିରୁ କମିଶନ ମଧ୍ୟ ରଖୁଥିଲା । ଏଭଳି ନକଲି ଡାକ୍ତର ବିଷୟରେ ଖବର ପାଇଥିଲା ୱାରଙ୍ଗାଲ କମିଶନର ଟାସ୍କ ଫୋର୍ସ ପୋଲିସ । ଟାସ୍କ ଫୋର୍ସର ଏକ ଟିମ ଚିନ୍ତଲ ଅଞ୍ଚଳରେ ଥିବା ତାଙ୍କ କ୍ଲିନିକ ଉପରେ ଚଢାଉ କରିଥିଲା । ନକଲି ଡାକ୍ତର ମୁଜତାବାକୁ ଗିରଫ କରିବା ସହ ନକଲି ଏମବିବିଏସ ସାର୍ଟିପିକେଟ, ନଗଦ 1.90 ଲକ୍ଷ ଟଙ୍କା, ଗୋଟିଏ ଲାପଟପ, ତିନୋଟି ସେଲଫୋନ ସହ ଲ୍ୟାବ ସାମଗ୍ରୀଙ୍କୁ ମଧ୍ୟ ଜବତ କରାଯାଇଥିଲା । ନକଲି ଡାକ୍ତର ପାଖରେ ଜଣେ ଆସିଷ୍ଟାଣ୍ଟ ମଧ୍ୟ କାର୍ଯ୍ୟ କରୁଥିଲା ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ତରୁନ ଜୋଶୀ (Police Commissioner Tarun Joshi) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.