ନୂଆଦିଲ୍ଲୀ: ଏଣିକି ଦିଲ୍ଲୀରେ ଚାରି ଚକିଆ ଯାନରେ ଯାଉଥିବା ଲୋକେ ପିନ୍ଧିବେ ନାହିଁ କୋଭିଡ ଫେସ୍ ମାସ୍କ । ଆଜି ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବାଳୀ ଜାରି ହୋଇଛି । ତେବେ କୋଭିଡ ପଜିଟିଭି ରେଟ୍ କମିବା ସହ ଅଧିକାଂଶ ଲୋକଙ୍କୁ ଟୀକାକରଣ ହୋଇଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ପୂର୍ବ ପରି ଜନଗହଳି ସ୍ଥାନ, ବାହାରକୁ ଏକୁଟିଆ ଯାଉଥିଲେ ମାସ୍କ ବାଧ୍ୟତାମୂଳକ ରହିଛି । ଏପଟେ ଗତକାଲି ନିୟମ କୋହଳ ନେଇ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବୈଠକ ହୋଇଥିଲା । ବୈଠକ ପରେ ଆଜି ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି ।
ଅପରପକ୍ଷେ ଏହି ନିୟମ ଆସନ୍ତା ଫେବୃଆରୀ ୨୮ରୁ(ସୋମବାର) ଲାଗୁ ହେବ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ